ପରୀକ୍ଷା ଦେବାକୁ ଯାଇ ଫସିଥିଲେ, ଉଦ୍ଧାର ହେଲେ ୪୨ ଛାତ୍ରଛାତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 25, 2020

ପରୀକ୍ଷା ଦେବାକୁ ଯାଇ ଫସିଥିଲେ, ଉଦ୍ଧାର ହେଲେ ୪୨ ଛାତ୍ରଛାତ୍ରୀ

ଭଦ୍ରକ(ପାର୍ଥସାରଥି ନାୟକ): ବିଇଡି ପରୀକ୍ଷା ଦେବାକୁ ଯାଇ ଆନ୍ଧ୍ରରେ ଫସି ରହିଥିବା ୪୨ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଉଧାର କରିଛନ୍ତି ରାଜ୍ୟ ସରକାର। ଓଡିଶାରୁ ପ୍ରାୟ ୧୪୮ ଛାତ୍ରଛାତ୍ରୀ ବିଇଡି ପରୀକ୍ଷା ଦେବାକୁ ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାର ତାରିଲିପାଡୁ କଲେଜ ଅଫ ଏଜୁକେସନକୁ ଯାଇଥିଲେ ।  ସେମାନଙ୍କ ମଧ୍ୟରୁ ୧୦୬  ଜଣ ପରୀକ୍ଷା ପରେ ଫେରିଆସିଥିବା ବେଳେ ଅନ୍ୟମାନେ ତିରୁପତି ବାଲାଜିଙ୍କ ଦର୍ଶନ ପାଇଁ ଯାଇଥିଲେ। ଉକ୍ତ ସମୟରେ ଆନ୍ଧ୍ରପ୍ରଦେଶରେ ୧୪୪ ଜାରି ହୋଇଥିଲା । ଫଳରେ ସେମାନେ ସେଠାରେ ଫସି ରହିଥିଲେ। ପରେ ସେମାନେ ସୋଶାଲ ମିଡ଼ିଆରେ ଉଦ୍ଧାର ପାଇଁ ନିବେଦନ କରିଥିଲେ। ୫ଜଣ ଛାତ୍ରଛାତ୍ରୀଙ୍କ ପରିବାର ଭଦ୍ରକ ବିଧାୟକଙ୍କୁ ଉଦ୍ଧାର ଅନୁରୋଧ କରିଥିଲେ ।

ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ପ୍ରଚେଷ୍ଟାରେ ରାଜ୍ୟ ସରକାର ସେମାନଙ୍କୁ ଉଦ୍ଧାର କଲେ । ବିଧାୟକଙ୍କ ଅନୁରୋଧ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ମାର୍କପୁର ଜିଲ୍ଲାର ଜିଲାପାଳଙ୍କ ସହାୟତାରେ ଦୁଇଟି ବସ୍‌ ସହାୟତାରେ ୪୨ ଛାତ୍ରଛାତ୍ରୀ ବିଳମ୍ବିତ ରାତିରେ ଭଦ୍ରକରେ ପହଞ୍ଚିଛନ୍ତି । ସେମାନଙ୍କୁ ବିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ରଖା ଯାଇ ମେଡିକାଲ ଚେକ ଅପ କରାଯାଇଛି ।

ଏହାପରେ ଗାଡି ଯୋଗେ ୨୯ ଜଣକୁ ବାଲେଶ୍ୱର , ୪ ଜଣଙ୍କୁ ମୟୁରଭଞ୍ଜ , ୨ ଜଣ ଙ୍କୁ ଯାଜପୁର ଓ ଅନ୍ୟମାନଙ୍କୁ ଭଦ୍ରକସ୍ଥିତ ନିଜ ଘରେ ପହଞ୍ଚାଇବାର  ବ୍ୟବସ୍ଥା କରିଛି  ପ୍ରଶାସନ।



from Odisha Reporter https://ift.tt/33LtA2N

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages