ବିଳମ୍ବ କଲା ଆମ୍ୱୁଲାନ୍ସ; ଭାରରେ ବୁହା ହେଲେ ରୋଗୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 23, 2020

ବିଳମ୍ବ କଲା ଆମ୍ୱୁଲାନ୍ସ; ଭାରରେ ବୁହା ହେଲେ ରୋଗୀ

କଲ୍ୟାଣସିଂହପୁର (ମାଉଡ଼ି ବାରିକ): ପୁଣି ଭାରରେ ବୁହା ହେଲେ ରୋଗୀ। ଏହି ଚିତ୍ର ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍‌ ସୁନାଖଣ୍ଡି ପଞ୍ଚାୟତର କାଡ୍ରାକାବଣ୍ଡେଳୀ ଗାଁରେ।

ଗାଁର ୧୨ ବର୍ଷୀୟ କାଡ୍ରାକା ଲକେ ୧୫ ଦିନ ତଳେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କର ଝାଡ଼ା ଓ ପରିସ୍ରା ବନ୍ଦ ହୋଇଯାଇଥିଲା। ତେଣୁ ପରିବାର ଲୋକେ ତାଙ୍କୁ ୭ ଦିନ ତଳେ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଆଉ ଔଷଧ ଧରି ଘରକୁ ଫେରି ଆସିଥିଲେ। ହେଲେ ଆଜି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ୧୦୮ ଆମ୍ୱୁଲାନ୍ସକୁ  ଫୋନ୍ କରିଥିଲେ। ହେଲେ ଆମ୍ୱୁଲାନ୍ସ ଆସିବାରେ ୪ ଘଣ୍ଟା ବିଳମ୍ୱ ହେବାରୁ କାଡ୍ରାକା ଲକେଙ୍କୁ ପରିବାର ଲୋକେ ଭାରରେ ୮ କିଲୋମିଟର ବୋହି ଡାକ୍ତରଖାନା ଆଣୁଥିଲେ। ଡାକ୍ତରଖାନାଠାରୁ ମାତ୍ର ୨ କିମି ଦୂରରେ ସେମାନେ ଆମ୍ୱୁଲାନ୍ସକୁ ଦେଖିଥିଲେ। ଏହାପରେ ଆମ୍ୱୁଲାନ୍ସରେ କାଡ୍ରାକା ଲକେଙ୍କୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ଏବେ ସେ ଏଠାରେ ଭର୍ତ୍ତି ହୋଇଛନ୍ତି।



from Odisha Reporter https://ift.tt/2QAIByT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages