ତଣ୍ଡାହର ସମୁଦ୍ରକୂଳରେ ଲାଗିଛି ବୋଏ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 16, 2020

ତଣ୍ଡାହର ସମୁଦ୍ରକୂଳରେ ଲାଗିଛି ବୋଏ

କୋଣାର୍କ (ସଞ୍ଜୟ ପତି): ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ ତଣ୍ଡାହର ସମୁଦ୍ରକୂଳରେ ଗୋଟିଏ ବୋଏ ଲାଗିଛି। ଏହାକୁ ବନ୍ଦରର ବିଭିନ୍ନ କାର୍ଯ୍ୟ ପାଇଁ ରଖାଯାଇଥାଏ। ଜାହାଜଗୁଡ଼ିକର ଦିଗ ନିରୂପଣରେ ସହଯୋଗ ସହ ଲଙ୍ଗର ପକାଇବା ଓ ସମୁଦ୍ରର ଢେଉ ନିୟନ୍ତ୍ରଣ କରିବା ଲାଗି ଏହାକୁ ବ୍ୟବହାର କରାଯାଇଥାଏ। ଅସ୍ତରଙ୍ଗରେ ଲାଗିଥିବା ବୋଏ କୌଣସି ଏକ ବନ୍ଦରରୁ ଭାସି ଆସିଥିବା ଅନୁମାନ କରାଯାଉଛି।

ଆଜି ସକାଳେ ଏହି ବୋଏଟି ତଣ୍ଡାହର ସମୁଦ୍ରକୂଳରେ ଭାସୁଥିଲା। ସ୍ଥାନୀୟ ଲୋକେ ଏହାକୁ ଦେଖି ରଶି ସାହାଯ୍ୟରେ କୂଳକୁ ଟାଣି ଆଣିଥିଲେ। ଏହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଲାଗିଥିଲା। ଏହି ବୋଏକୁ ଜେସିବି ମେସିନ ସହାୟତାରେ ଉପରୁ ଅଣାଯିବ ବୋଲି ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି।



from Odisha Reporter https://ift.tt/33mCNyc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages