ମୁମ୍ବାଇ: ଭାରତରେ ଧୀରେ ଧୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସଂକ୍ରମିତଙ୍କ ସଂଖ୍ୟା ହଜାରେ ଟପି ସାରିଥିବା ବେଳେ ୨୫ ଜଣ ପ୍ରାଣ ହରାଇ ସାରିଲେଣି। କରୋନାର ପ୍ରଭାବକୁ କମ୍ କରିବା ପାଇଁ ସାରା ଦେଶକୁ ଲକ୍ଡାଉନ୍ରେ ରଖାଯାଇଛି। କେବଳ ଜରୁରୀ ସେବାରେ ନିୟୋଜିତ ବ୍ୟକ୍ତିଙ୍କୁ ବାହାରକୁ ବାହାରିବାକୁ ଅନୁମତି ମିଳିଛି। ତେବେ କରୋନା ସହ ଲଢ଼େଇରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି ଡାକ୍ତର ଓ ନର୍ସଙ୍କ ଉପରେ। ଏଭଳି ସ୍ଥିତିରେ ଅଭିନେତ୍ରୀ ଶିଖା ମଲହୋତ୍ରା କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରିବାକୁ ନର୍ସ ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି।
ଚଳିତ ବର୍ଷ ଫେବୃଆରୀ ୭ ତାରିଖରେ ରିଲିଜ୍ ହୋଇଥିବା ସଞ୍ଜୟ ମିଶ୍ରଙ୍କ ଫିଲ୍ମ ‘Kaanchli Life in a Slough’ରେ ଅଭିନୟ କରିଥିଲେ ଶିଖା। ନିଜ ଜୀବନକୁ ଖାତିର ନ କରି ସେ କରୋନା ପୀଡ଼ିତଙ୍କ ସେବା କରିବା ପାଇଁ ଏବେ ନର୍ସ ହୋଇଯାଇଛନ୍ତି। Brihanmumbai Municipal Corporation (BMC) ସହ ହାତ ମିଶାଇ କରୋନା ରୋଗୀଙ୍କ ସେବା କରିବାର ଦାୟିତ୍ୱ ବହନ କରିଛନ୍ତି। ସୂଚନାଯୋଗ୍ୟ, ଫିଲ୍ମ ଦୁନିଆକୁ ଆସିବା ପୂର୍ବରୁ ସେ ନର୍ସିଂ ପାଠ ପଢ଼ିଥିଲେ।
ବର୍ତ୍ତମାନ ଦେଶର ପରିସ୍ଥିତି ଦେଖି ସେ ପୁଣି ଥରେ ନର୍ସ ହୋଇ କରୋନା ରୋଗୀଙ୍କ ସେବା କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଏବେ ମୁମ୍ବାଇର ଯୋଗେଶ୍ୱରୀ ଇଷ୍ଟସ୍ଥିତ ‘ହିନ୍ଦୁ ହୃଦୟ ସମ୍ରାଟ ବାଲାସାହେବ ଟ୍ରମା ହସ୍ପିଟାଲ୍’ରେ ସ୍ୱଚ୍ଛାସେବୀ ଭାବେ ନିୟୋଜିତ। ତାଙ୍କୁ ଆଇସୋଲେସନ୍ ୱାର୍ଡର ଦାୟିତ୍ୱ ଦିଆଯାଇଛି। ସୋଶାଲ୍ ମିଡିଆରେ ତାଙ୍କର କିଛି ଫଟୋ ଓ ଭିଡିଓ ମଧ୍ୟ ଭାଇରାଲ୍ ହେଉଛି।
from Odisha Reporter https://ift.tt/2y8W8Yb
No comments:
Post a Comment