ଆଜିଠୁ ଉଡ଼ିବ କାର୍ଗୋ ବିମାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 27, 2020

ଆଜିଠୁ ଉଡ଼ିବ କାର୍ଗୋ ବିମାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠାରୁ ପୁଣି ଭୁବନେଶ୍ୱରକୁ ଆରମ୍ଭ ହେବ ଏୟାର ଇଣ୍ଡିଆର କାର୍ଗୋ ବିମାନ ସେବା। ଏନେଇ ଏୟାର ଇଣ୍ଡିଆ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ଏକ ସ୍ୱତନ୍ତ୍ର ବିମାନ ରାୟପୁରରୁ ଅତ୍ୟାବଶ୍ୟକ ଔଷଧ ଓ ଖାଦ୍ୟ ସାମଗ୍ରୀ ଆଣି ଭୁବନେଶ୍ୱର ଆସିବ ଏବଂ ଭୁବନେଶ୍ୱରରୁ ଦିଲ୍ଲୀ ଯିବ ବୋଲି ସୂଚନା ମିଳିଛି।

ଅପରାହ୍ନ ୩.୩୦ରେ ରାୟପୁରରୁ ଉଡ଼ାଣ ଆରମ୍ଭ କରି  ଏହି ବିମାନ  ୪.୫୦ରେ ଭୁବନେଶ୍ୱରରେ ପହଞ୍ଚିବ। ଭୁବନେଶ୍ୱରରୁ ସଂଧ୍ୟା ୫.୨୦ରେ ଛାଡ଼ି ରାତି ୮.୨୦ରେ ଦିଲ୍ଲୀରେ ପହଞ୍ଚିବ। ପରବର୍ତ୍ତୀ ସମୟରେ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବ ଏହି କାର୍ଗୋ ବିମାନ। ଦେଶରେ ଲକ୍ ଡାଉନ୍ ପାଇଁ ଗତ ୨୨ ତାରିଖରୁ ଅନ୍ୟ ବିମାନ ସେବା ବନ୍ଦ ରହିଛି।



from Odisha Reporter https://ift.tt/3arv9VZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages