ନୋଟବନ୍ଦୀ ଭଳି ଏଟିଏମ୍ ଆଗରେ ଲୋକଙ୍କ ଲମ୍ୱା ଲାଇନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 6, 2020

ନୋଟବନ୍ଦୀ ଭଳି ଏଟିଏମ୍ ଆଗରେ ଲୋକଙ୍କ ଲମ୍ୱା ଲାଇନ୍

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପଏମସି ବ୍ୟାଙ୍କ ପରେ ୟେସ ବ୍ୟାଙ୍କର ସ୍ଥିତି ଖରାପ ହୋଇଛି। ଆରବିଆଇ ଏବେ ୟେସ ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ନେଇ କଟକଣା ଜାରି କରିଛି। ଅନ୍ୟପଟେ ଆଜି ଷ୍ଟକ ମାର୍କେଟରେ ୟେସ ବ୍ୟାଙ୍କର ଶେୟାର ୫୦ ପ୍ରତିଶତ ଖସିଛି। ସ୍ଥିତି ଏମିତି ହୋଇଛି ଯେ ଜଣେ ଗ୍ରାହକ ୫୦ ହଜାର ଟଙ୍କାରୁ ଅଧିକ ଉଠାଇପାରିବ ନାହିଁ। ତେଣେ ୟେସ ଏଟିଏମରୁ ଟଙ୍କା ଖାଲି ହେଉଥିବା ଦେଖି ଲୋକଙ୍କର ଭିଡ଼ ଦେଖିବାକୁ ମିଳିଛି। ନୋଟବନ୍ଦୀ ବେଳେ ଏଟିଏମ୍ ଆଗରେ ଯେମିତି ଲୋକଙ୍କ ଭିଡ଼ ଥିଲା ଏବେ ୟେସ ବ୍ୟାଙ୍କ ଆଗରେ ସମାନ ସ୍ଥିତି ଦେଖିବାକୁ ମିଳିଛି।

ୟେସ ବ୍ୟାଙ୍କର ଗ୍ରାହକଙ୍କ ଜମା ଟଙ୍କାର ସୁରକ୍ଷାକୁ ନଜରରେ ରଖି ଆରବିଆଇ ପ୍ରତି ବ୍ୟାଙ୍କ ଆକାଉଣ୍ଟରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଟଙ୍କା ଉଠାଇବାକୁ ନିର୍ଦ୍ଦେଶନାମା ଜାରି କରିଛି। ତେବେ ଏହି ପ୍ରତିବନ୍ଧକ ୩୦ ଦିନ ପାଇଁ ଲାଗୁ ହେବ। ମାର୍ଚ୍ଚ ୫ରୁ ଏହି ପ୍ରତିବନ୍ଧକ ଆରମ୍ଭ ହୋଇ ଏପ୍ରିଲ ୩ ପର୍ଯ୍ୟନ୍ତ ଚାଲିବ। ଏବେ ଆରବିଆଇ ୟେସ ବ୍ୟାଙ୍କ ବୋର୍ଡକୁ ନିଜ ଅଧୀନକୁ ନେଇଛି।

ତେବେ ଜଣଙ୍କର ୫୦ ହଜାରରୁ ଅଧିକ ଟଙ୍କା ଆବଶ୍ୟକ ଥିଲେ କିଛି ସର୍ତ୍ତ ମାଧ୍ୟମରେ ୟେସ ବ୍ୟାଙ୍କ ଅଧିକ ଟଙ୍କା ଉଠାଇବାକୁ ଅନୁମତି ଦେବ। ହସ୍ପିଟାଲ, ବିବାହ କ୍ଷେତ୍ରରେ ଜଣେ ୟେସ ବ୍ୟାଙ୍କ ଗ୍ରାହକ ୫ ଲକ୍ଷ ଟଙ୍କା ଉଠାଇ ପାରିବେ।

ୟେସ ବ୍ୟାଙ୍କ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା ଦେଖି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଯେଉଁଥିରେ ଏସବିଆଇ ଏବଂ ଏଲଆଇସି ୟେସ ବ୍ୟାଙ୍କରେ ୪୯ ପ୍ରତିଶତ ଅଂଶଧନ ଗ୍ରହଣ କରିବେ। ଉଭୟ ୨୪.୫ ପ୍ରତିଶତ ଅଂଶଧନ ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ଏଭଳି ହେଲେ ଗ୍ରାହକଙ୍କ ସ୍ୱାର୍ଥ ସୁରକ୍ଷିତ ରହିପାରିବ।



from Odisha Reporter https://ift.tt/3cEDiZ0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages