ବାଇକ୍‌-ଲୁନା ମୁହାଁମୁହିଁ ଧକ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 22, 2020

ବାଇକ୍‌-ଲୁନା ମୁହାଁମୁହିଁ ଧକ୍କା

ବୀରମିତ୍ରପୁର (ରାକେଶ ସାହୁ): ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ହାତୀବାରି ରୋଡ୍‌ରେ ଥିବା ସର୍ଭେସ୍‌ରି ଫ୍ୟାକ୍ଟ୍ରି ଆଗରେ ଏକ ବାଇକ୍‌ ଓ ଲୁନା ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣ ଗୁରୁତର ହୋଇଛନ୍ତି। ଆହତଦ୍ୱୟ ହେଲେ ରାଜେଶ ରାଠୋର ଓ ଅର୍ଜୁନ ମାଝୀ। ରାଜେଶଙ୍କ ଘର ରାଉରକେଲା ସ୍ଥିତ ମାଲଗୋଦମ ଅଞ୍ଚଳରେ।  ଅର୍ଜୁନଙ୍କ ଘର ପୁଟରୀଖମଣ ପଞ୍ଚାୟତର ହରପାଲି ଗାଁରେ।

ଗତକାଲି ରାତି ପ୍ରାୟ ୮ଟା ବେଳେ ରାଜେଶ ନିଜର ଲୁନା ଗାଡ଼ିରେ ସାପ୍ତାହିକ ହାଟରେ ଆଇସ୍‌କ୍ରିମ୍‌ ବିକ୍ରି କରି କୁଆଁରମୁଣ୍ଡା ଆଡ଼କୁ ଆସୁଥିଲେ। ଏହି ସମୟରେ କୁଆଁରମୁଣ୍ଡା ପଟୁ ଆସୁଥିବା ବାଇକ୍‌ଟି ସହିତ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ବାଇକ୍‌ରେ ଅର୍ଜୁନଙ୍କ ସହିତ ସୁବାଷ ମାଝୀ ଓ ଆକାଶ ମାଝୀ ନାମକ ଆଉ ଦୁଇ ଯୁବକ ବି ବସିଥିଲେ। ଅର୍ଜୁନ ବାଇକ୍ ଚଲାଉଥିଲେ। ଏଥିରେ ସମସ୍ତେ ଆହତ ହୋଇଛନ୍ତି।

ଖବର ପାଇ କୁଆଁରମୁଣ୍ଡା ଫାଣ୍ଡି ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି କୁଆଁରମୁଣ୍ଡା ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ରାଜେଶ ଓ ଅର୍ଜୁନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ରାଉରକେଲା ସ୍ଥିତ ଆଇଜିଏଚ୍‌କୁ ସ୍ଥାନାନ୍ତରିତ କରାଯାଇଛି। ବାଇକ୍‌ ପଛରେ ବସିଥିବା ସୁବାଶ ଓ ଆକାଶ ସାମାନ୍ୟ ଆହତ ହୋଇଛନ୍ତି। ଉଭୟଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଥିଲା।  ଦୁର୍ଘଟଣାଗ୍ରସ୍ତ ଉଭୟ ଗାଡ଼ିକୁ ପୁଲିସ୍‌ ଜବତ କରିଛି।



from Odisha Reporter https://ift.tt/393CGJi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages