୩୧ ଯାଏ ଦେଶରେ ସବୁ ଟ୍ରେନ୍ ବାତିଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 22, 2020

୩୧ ଯାଏ ଦେଶରେ ସବୁ ଟ୍ରେନ୍ ବାତିଲ୍‌

ନୂଆଦିଲ୍ଲୀ: କରୋନା ଯୋଗୁ ବଡ଼ ନିଷ୍ପତ୍ତି ନେଇଛି ରେଲୱେ ବୋର୍ଡ। ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଦେଶର ସମସ୍ତ ଟ୍ରେନ୍‌କୁ ବାତିଲ କରି ଦିଆଯାଇଛି। ୩୧ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଟ୍ରେନ୍ ସେବାକୁ ବାତିଲ କରି ଦିଆଯାଇଛି। ସମସ୍ତ ଦୂରଗାମୀ ମେଲ୍‌ ଓ ଏକ୍ସପ୍ରେସ୍ ସହିତ ଇଣ୍ଟରସିଟିକୁ ମଧ୍ୟ ବାତିଲ କରି ଦିଆଯାଇଛି। ସବୁ ପାସେଞ୍ଜର ଟ୍ରେନ୍‌ ବି ବାତିଲ ହୋଇଛି। ତେବେ ମାଲବାହୀ ଗୁଡ଼ିକ ପୂର୍ବପରି ଚାଲିବ। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ରେଲଓ୍ୱେ ବୋର୍ଡ଼ ଏହି ନିଷ୍ପତ୍ତି ନେଇଛି। ରେଳ ମନ୍ତ୍ରଣାଳୟର କାର୍ଯ୍ୟବାହୀ ନିର୍ଦ୍ଦେଶକ ରାଜେଶ ଦତ୍ତ ବାଜପେୟୀ ଏହି ସୂଚନା ଦେଇଛନ୍ତି।

ଆଜି ମହାରାଷ୍ଟ୍ର ଏବଂ ବିହାରରେ କରୋନାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ କରୋନାର ତୃତୀୟ ଷ୍ଟେଜ ଆରମ୍ଭ ହୋଇଛି। ତେଣୁ କମ୍ୟୁନିଟିକୁ ଏହି କରୋନା ଆକ୍ରାନ୍ତ ନହେଉ ଏହାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ଏହି ବଡ଼ ନିଷ୍ପତ୍ତି ନେଇଛି। ଇରାନ, ଇଟାଲୀ, ସ୍ପେନ ଏବଂ ଚୀନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏହି ତୃତୀୟ ଷ୍ଟେଜରେ ହିଁ ବଢ଼ିଛି। ଆବଶ୍ୟକ ସତର୍କତା ଅଭାବରୁ ଏହି ଦେଶ ଗୁଡ଼ିକରେ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତକଙ୍କ ହାର ବଢ଼ିଚାଲିଛି। ହେଲେ ଚୀନରେ ଏବେ ସ୍ଥିତି ସ୍ୱାଭାବିକ ମୁହାଁ ହୋଇଥିବା ଦେଖିବାକୁ ମିଳିଛି।

ସାରା ଦେଶରେ ଜନତା କର୍ଫ୍ୟୁ ପାଳିତ ହେଉଛି। ଏହାକୁ ନଜରରେ ରଖି ଶନିବାର ସୁଦ୍ଧା ରେଳ ବିଭାଗ ସମଗ୍ର ଦେଶରେ ୨୪୫ଟି ଅପ୍ ଏବଂ ଡାଉନ ଟ୍ରେନ୍ ବାତିଲ କରିଦେଇଛି। ସେହିପରି ଟ୍ରେନରେ ଥିବା ଏସି କୋଚରେ କମ୍ବଳ ଯୋଗାଇବା ବନ୍ଦ କରି ଦେଇଛି।

 



from Odisha Reporter https://ift.tt/3djD7T9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages