ନୂଆଦିଲ୍ଲୀ: ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨୪ ଛୁଇଁଛି। ଏଥିମଧ୍ୟରୁ ୬ ଜଣଙ୍କର ମୃତ୍ୟୁ ଘଟିଛି। ୨୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବାକି ୨୯୬ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ଚୀନ ଓ ପାକିସ୍ତାନରେ ସ୍ଥିତି ଜଟିଳ ରହିଥିବା ବେଳେ ପଡ଼ୋଶୀ ଶ୍ରୀଲଙ୍କା, ଆଫଗାନିସ୍ତାନ, ବାଂଲାଦେଶ, ଭୁଟାନ, ନେପାଳ ଏବଂ ମାଳଦ୍ୱୀପରେ ମଧ୍ୟ କରୋନା ଆକ୍ରାନ୍ତ ଦେଖିବାକୁ ମିଳିଛି। ସେହିପରି ମିଆଁମାରରେ କୌଣସି କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି।
ଚୀନରେ ଏଯାବତ ୮୧,୦୫୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩,୨୬୧ ଜଣଙ୍କର ମୃତ୍ୟୁ ଘଟିଛି। ପାକିସ୍ତାନରେ ୬୪୫ ଆକ୍ରାନ୍ତ ହୋଇଥିବାବେଳେ ୩ ଜଣଙ୍କର ମୃତ୍ୟୁ ଘଟିଛି।
ଶ୍ରୀଲଙ୍କାରେ ୭୭ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଆଫଗାନିସ୍ତାନରେ ୨୪ ଆକ୍ରାନ୍ତ ହୋଇଥିବା ବେଳେ କେହି ମୃତ୍ୟୁ ବରଣ କରିନାହାନ୍ତି। ଏହାରି ଭିତରେ ଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଭୁଟାନରେ ୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଦୁଇ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ନେପାଳରେ ଏଯାବତ କରୋନାରେ ଜଣେ ଆକ୍ରାନ୍ତ ହୋଇଥିଲେ। ହେଲେ ସେ ଏବେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ମାଳଦ୍ୱୀପରେ ୧୩ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ମିଆଁମାରରେ କେହି କରୋନାରେ ଆକ୍ରାନ୍ତ ହୋଇନଥିବା ସୂଚନା ରହିଛି।
from Odisha Reporter https://ift.tt/39bWmL8
No comments:
Post a Comment