ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା; ୩ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 7, 2020

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା; ୩ ମୃତ

ଜଳେଶ୍ୱର(ଅଜିତ୍‌ ଦାସ): ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଖାଳମୁହାଣି ଛକ ନିକଟରେ ଦୁଇଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ତିନି ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ଦୁଇ ଜଣ ହେଲେ ଶଙ୍କର ପଣ୍ଡିତ ଓ ଗଙ୍ଗାଧର ପାତ୍ର।  ଅନ୍ୟଜଣଙ୍କ ପରିଚୟ ଜଣାପଡ଼ି ନାହିଁ। ଶଙ୍କର ଓ ଗଙ୍ଗାଧରଙ୍କ ଘର ସାନମଇଂଷାଡ଼ି ଗାଁରେ।

ଆଜି ସକାଳ ପ୍ରାୟ ୧୦ଟା ୩୦ରେ ଦୁର୍ଘଟଣା ଘଟିଥିଲା। ଶଙ୍କର ଓ ଗଙ୍ଗାଧର ଏକ ବାଇକ୍‌ରେ ସାନମଇଂଷାଡ଼ିରୁ ବାଲିଆପାଳ ଯାଉଥିଲେ। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଆଉ ଏକ ବାଇକ୍‌ ସହ ସେମାନଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ଏତେ ଜୋରରେ ଦୁଇଟି ବାଇକ୍ ପିଟି ହୋଇଥିଲେ ଯେ ଘଟଣାସ୍ଥଳରେ ହିଁ ତିନି ଜଣଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ମୃତଦେହଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।



from Odisha Reporter https://ift.tt/2W18ifw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages