ସ୍ୱାସ୍ଥ୍ୟ ପାଇଁ ବଡ଼ ଉପକାରୀ ଓସ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 7, 2020

ସ୍ୱାସ୍ଥ୍ୟ ପାଇଁ ବଡ଼ ଉପକାରୀ ଓସ୍ତ

ଭୁବନେଶ୍ୱର: ଓସ୍ତ ଗଛର ପତ୍ର, ଫଳ, ମଞ୍ଜି ଓ ଛେଲିରେ ଅନେକ ଔଷଧୀୟ ଗୁଣ ରହିଛି। ଆୟୁର୍ବେଦରେ ଏହାକୁ ମହୌଷଧୀ ଭାବରେ ଗ୍ରହଣ କରାଯାଇଥାଏ। ତା’ହେଲେ ଆସନ୍ତୁ ଜାଣିବା ଓସ୍ତ ଗଛରେ କେଉଁ ସବୁ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି।

୧. ଓସ୍ତ ଗଛର ପାଚିଲା ଫଳ ଖାଇଲେ ଭୋକ କମ୍‌ ଲାଗିଥାଏ। ଏହା ବ୍ୟତୀତ କାଶ, ପିତ୍ତ ଓ ବାନ୍ତି ସମସ୍ୟା ଦୂର ହୋଇଥାଏ।

୨. ଓସ୍ତ ଗଛର ୨ରୁ ୫ଟି ପତ୍ରକୁ ନେଇ ପେଷ୍ଟ ତିଆରି କରନ୍ତୁ। ସେଥିରେ ୫୦ ଗ୍ରାମ୍‌ ଗୁଡ଼ ମିଶାଇ ଛୋଟ ଛୋଟ ଗୁଳା ପ୍ରସ୍ତୁତ କରନ୍ତୁ। ଦିନକୁ ଏହି ଗୁଳାରୁ ତିନି କିମ୍ୱା ଚାରୋଟି ଖାଇଲେ ପେଟ ଯନ୍ତ୍ରଣା କମ୍‌ ହୋଇଥାଏ।

୩. ଓସ୍ତ ଗଛର ଛେଲି ଓ ଫଳକୁ ଅଲଗା ଅଲଗା ଭାବରେ ଗ୍ରାଇଣ୍ଡିଂ କରି ରଖନ୍ତୁ। ଦୁଇଟିକୁ ସମାନ ପରିମାଣରେ ମିଶାଇ ଦିନକୁ ତିନିଥର ଖାଇଲେ, ଆଜ୍‌ମା ରୋଗ ଭଲ ହୋଇଥାଏ।

୪. ବିଷଧର ସାପ କାମୁଡ଼ିଲେ ଓସ୍ତ ପତ୍ରର ରସ କାମୁଡ଼ା ସ୍ଥାନରେ ଲଗାନ୍ତୁ କିମ୍ୱା ଏହାର ପତ୍ରକୁ ଚୋବାନ୍ତୁ। ଏହାଦ୍ୱାରା ବିଷର ପ୍ରଭାବ କମ୍‌ ହୋଇଥାଏ।

୫. ୫୦ ଗ୍ରାମ୍‌ ଓସ୍ତ ଗଛ ଛାଲରେ ଲେମ୍ୱୁ ଓ ଘିଅ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ତ୍ୱଚା କୁଣ୍ଡାଇ ହେଉଥିବା ସ୍ଥାନରେ ଲଗାନ୍ତୁ। ଦେଖିବେ ତ୍ୱଚା କୁଣ୍ଡାଇ ହେବା ବନ୍ଦ ହୋଇଯିବ।

୬. ଫଟା ଗୋଇଠିରେ ଓସ୍ତ ପତ୍ର ରସ କିମ୍ୱା ଏହାର କ୍ଷୀର ଲଗାଇଲେ ଲାଭ ମିଳିଥାଏ।

୭. ୧ ରୁ ୨ ଗ୍ରାମ୍‌ ଓସ୍ତ ମଞ୍ଜି ପାଉଡର ମହୁରେ ମିଶାଇ ଖାଇଲେ ରକ୍ତ ପରିଷ୍କାର ହୋଇଥାଏ।

୮. ୫ ରୁ ୧୦ଟି ଓସ୍ତ ଗଛର ଫଳ ପ୍ରତିଦିନ ଖାଇଲେ, କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ।

୯. ଆଖିରେ ଯନ୍ତ୍ରଣା ହେଉଥିଲେ ସେଥିରେ ଓସ୍ତ ପତ୍ରର କ୍ଷୀର ପକାନ୍ତୁ। ଏହା ସହିତ ଆଖି ଇନ୍‌ଫେକସନ୍‌ ପାଇଁ ମଧ୍ୟ ଓସ୍ତ ପତ୍ର କାମ କରିଥାଏ।

୧୦. ଓସ୍ତ ଗଛର ଛେଲିକୁ ପାଣିରେ ଫୁଟାଇ କୁଳି କଲେ ଦାନ୍ତରେ ହେଉଥିବା ଯନ୍ତ୍ରଣା କମ୍‌ ହୋଇଥାଏ ଓ ମାଢ଼ି ବି ସୁସ୍ଥ ରହିଥାଏ।

ବି:ଦ୍ର- ଓସ୍ତ ପତ୍ରକୁ ବ୍ୟବହାର କରିବା ପୂର୍ବରୁ ଆୟୁର୍ବେଦ ଡାକ୍ତରଙ୍କ ପରାମର୍ଶ ନେବାକୁ ଭୁଲନ୍ତୁ ନାହିଁ। 



from Odisha Reporter https://ift.tt/3aFOanB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages