ପାଲଲହଡ଼ା (ରବି ନାରାୟଣ ପ୍ରଧାନ): ଅନୁଗୋଳ ଜିଲ୍ଲା ପାଲଲହଡ଼ା ବ୍ଲକ୍ ଖମାର ଥାନା ଅନ୍ତର୍ଗତ ରଜଡଂଗ ଗାଁରେ ଗତକାଲି ଭୟାଭୟ ଅଗ୍ନିକାଣ୍ଡ ଘଟିଛି। ନିଆଁରେ ୧୦ ବଖରା ଘର ପୋଡ଼ି ଭସ୍ମୀଭୂତ ହୋଇଯାଇଛି। ତେବେ ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ପାଲଲହଡ଼ା ବିଧାୟକ ମୁକେଶ କୁମାର ପାଲ, ବ୍ଲକ୍ ଅଧ୍ୟକ୍ଷ ନବକିଶୋର ନାୟକ ଓ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଥିଲେ। ଏହାସହ ବିପନ୍ନ ପରିବାରକୁ ସରକାରୀ ସହାୟତା ଦେବାକୁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ।
from Odisha Reporter https://ift.tt/2wEAlrc
No comments:
Post a Comment