ଏକାନ୍ତବାସରେ ନରହିବାରୁ ସପରିବାର କରୋନାରେ ଆକ୍ରାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 29, 2020

ଏକାନ୍ତବାସରେ ନରହିବାରୁ ସପରିବାର କରୋନାରେ ଆକ୍ରାନ୍ତ

ଅହମଦାବାଦ: ଦେଶରେ ଦିନକୁ ଦିନ କରୋନାର ପ୍ରଭାବ ଅଧିକ ଦେଖିବାକୁ ମିଳୁଛି। ଏଯାବତ ସାରା ଦେଶରେ ହଜାରେରୁ ଅଧିକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ୨୭ରେ ପହଞ୍ଚିଛି। ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶ ଏବେ ୨୧ ଦିନ ପାଇଁ ଲକ୍‌ଡାଉନ୍ ରହିଛି। ଏହି ସମୟରେ ଯେଉଁମାନେ ବିଦେଶରୁ ଫେରିଛନ୍ତି କି କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଏକାନ୍ତବାସରେ ରହିବାକୁ ସରକାରଙ୍କ ତରଫରୁ କୁହାଯାଇଛି। ହେଲେ ଅନେକ ଲୋକ ଏହାକୁ ହାଲୁକା ଭାବରେ ଗ୍ରହଣ କରୁଛନ୍ତି। ଯାହାର ଉଦାହରଣ ଗୁଜରାଟର ଗାନ୍ଧୀନଗରରୁ ଦେଖିବାକୁ ମିଳିଛି।

ଅହମଦାବାଦ ମିରର ଖବର ଅନୁଯାୟୀ, ଗାନ୍ଧୀନଗରର ଜଣେ ବିଲ୍ଡର ନିକଟରେ ଦୁବାଇରୁ ଫେରିଥିଲେ। ପ୍ରଶାସନର ଅନେକ କଟକଣା ସତ୍ତ୍ୱେ ସେ ଏକାନ୍ତବାସ ନିୟମକୁ ପାଳନ କରିନଥିଲେ। ଏବେ ଏହାର ପରିଣାମ ତାଙ୍କୁ ଓ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଭୋଗିବାକୁ ପଡ଼ିଛି। କାରଣ ସେ ଓ ତାଙ୍କ ପରିବାର ଲୋକେ ଏବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଯେଉଁଥିରେ ତାଙ୍କ ସ୍ତ୍ରୀ, କାକି, ଶାଶୁ, ଶାଳୀ ସହିତ ଭଉଣୀ ସାମିଲ୍ ରହିଛନ୍ତି। ଏହାବାଦ ବିଲଡର ଜଣଙ୍କ ତାଙ୍କ ସଂପର୍କୀୟ ଫାର୍ମାସିଷ୍ଟ ଏବଂ ଅନ୍ୟ ଜଣେ ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିଲେ। ସେମାନେ ମଧ୍ୟ ଏବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାବାଦ ଅନ୍ୟ ଯେଉଁମାନେ ବିଲଡରଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କୁ ଏକାନ୍ତବାସରେ ରଖିଛି ଜିଲ୍ଲା ପ୍ରଶାସନ।

ଅହମଦାବାଦ ପୁଲିସ ଏବେ ବିଲଡରଙ୍କ ନାମରେ ମାମଲା ରୁଜୁ କରିଛି। ଏକାନ୍ତବାସ ନିୟମ ଉଲ୍ଲଂଘନ କରିବା ସହିତ ବିଦେଶରୁ ଫେରିଥିବା ନେଇ ଜଣାଇନଥିବାରୁ ପୁଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି। ସୂଚନାଯୋଗ୍ୟ ଗୁଜରାଟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୫ ଏବଂ ମୃତକଙ୍କ ସଂଖ୍ୟା ୫ ରହିଛି।



from Odisha Reporter https://ift.tt/3dJXVDF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages