ଚାଲିଗଲେ ବିଜୁ ବାବୁଙ୍କ ସାରଥୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 8, 2020

ଚାଲିଗଲେ ବିଜୁ ବାବୁଙ୍କ ସାରଥୀ

ବୌଦ୍ଧ (ଭାର୍ଜନ ପ୍ରଧାନ): ଅବିଭକ୍ତ ଫୁଲବାଣୀର ପୂର୍ବତନ ବିଧାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସାରଥୀ ଭାବେ ଜଣାଶୁଣା ପ୍ରହ୍ଲାଦ ବେହେରାଙ୍କର ଆଜି ସକାଳେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା।

ଦୀର୍ଘ ବର୍ଷ ହେବ ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ତେବେ ପ୍ରାୟ ୨୦ ଦିନ ହେବ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ସ୍ୱର୍ଗତ ପ୍ରହ୍ଲାଦ ବେହେରା ୧୯୭୭ରୁ ୧୯୮୦ ପର୍ଯ୍ୟନ୍ତ ବିଧାୟକ ଥିଲେ। ସେ ଜନତା ପାର୍ଟି ଟିକେଟ୍‌ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ଏକଦା ଡ୍ରାଇଭିଂ କରି ନିଜର ପେଟ ପୋଷୁଥିଲେ ପ୍ରହଲ୍ଲାଦ ବେହେରା। ତେବେ ଖବରକାଗଜ ପଢ଼ି ଦେଶବିଦେଶର ଖବର ଆହରଣ କରୁଥିଲେ। ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କୁ ଦିନେ ଆମ୍ବାସଡର କାର୍‌ରେ ବସାଇ ପୁରୀ ନେଇଥିଲେ। ଘଟଣାକ୍ରମରେ ଏହି ପ୍ରତିଭାଧାରୀ ପ୍ରହଲ୍ଲାଦଙ୍କ ଉପରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ନଜର ପଡିଲା । ତା’ପରେ ବିଜୁ ବାବୁ ତାଙ୍କୁ ପ୍ରଥମେ ନିଜର ଡ୍ରାଇଭର ଭାବେ ନିଯୁକ୍ତ କରିଥିଲେ। ତାହାରି ଭିତରେ ସେ ବିଜୁ ବାବୁଙ୍କର ଅତି ଘନିଷ୍ଠ ହୋଇଯାଇଥିଲେ।

ଫାଇଲ୍ ଫଟୋ

ରାଜନୀତି ପ୍ରତି ପ୍ରହ୍ଲାଦଙ୍କ ଆଗ୍ରହକୁ ଦେଖି ଥରେ ବିଜୁ ବାବୁ ନିଜର ଏକ ସଭାରେ ତାଙ୍କୁ ଭାଷଣ ଦେବାର ସୁଯୋଗ ଦେଇଥିଲେ। ଆଉ ସେଦିନ ତାଙ୍କର ସେହି ଚମତ୍କାରୀ ଭାଷଣରେ ପ୍ରଭାବିତ ହୋଇ ବିଜୁ ବାବୁ ତାଙ୍କୁ ପ୍ରତ୍ୟକ୍ଷ ରାଜନୀତିରେ ସାମିଲ କରିଥିଲେ। ୧୯୭୭ରେ ଜନତା ପାର୍ଟି ଟିକେଟରେ ନିର୍ବାଚନ ଲଢ଼ି ଅବିଭକ୍ତ ଫୁଲବାଣୀ ବିଧାନସଭା ଆସନରେ ବିଜୟ ଲାଭ କରିଥିଲେ ପ୍ରହ୍ଲାଦ।

ହେଲେ ବୟସର ଅପରାହ୍ନରେ ବହୁତ କଷ୍ଟରେ ରହିଥିଲେ ପ୍ରହଲ୍ଲାଦ ବେହେରା। ଗୋଡ଼ ହାତ ଅଚଳ ହୋଇଯାଇଥିଲା। ଯେଉଁ ପାଟି ଦିନେ ପ୍ରଭାବୀ ଭାଷଣ ଦେଇ ବିଜୁ ବାବୁଙ୍କୁ ବିମୋହିତ କରିଥିଲା, ସେହି ପାଟିରୁ ଭଲ କରି ଦି’ ପଦ କଥା ବାହାରୁ ନଥିଲା। ଅତୀତର ସେହି ସୁବର୍ଣ୍ଣ ମୁହୂର୍ତ୍ତ ସବୁ ବି ତାଙ୍କର ଆଉ ମନେ ପଡ଼ୁ ନଥିଲା। ଏମିତିକି ଏକ ପଲିଥିନ୍ ଢଙ୍କା ଚାଳଛପର ଘରେ ରହୁଥିଲେ। ଦୀର୍ଘ ବର୍ଷ ଧରି ସେ ଏମିତି ଭାବେ ରହୁଥିଲେ। ଚିକିତ୍ସା ପାଇଁ ଆବଶ୍ୟକ ଅର୍ଥ ନଥିବାରୁ ପୁଅ ବି ଅସହାୟ ହୋଇଯାଇଥିଲେ। ମାସକୁ ୧୫ ହଜାର ପେନସନ୍ ଛଡ଼ା ଆଉ କୌଣସି ସମ୍ବଳ ନଥିଲା ତାଙ୍କ ପାଖରେ।



from Odisha Reporter https://ift.tt/3aFdf1I

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages