ଟ୍ରକ୍‌ ଓ କଣ୍ଟେନର ମୁହାଁମୁହିଁ ଧକ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 14, 2020

 ଟ୍ରକ୍‌ ଓ କଣ୍ଟେନର ମୁହାଁମୁହିଁ ଧକ୍କା

ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ବାରକିପୁର ନିକଟରେ ଏକ ବାଲି ବୋଝେଇ ଟ୍ରକ୍‌ ଓ କଣ୍ଟେନର ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ କଣ୍ଟେନର ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ତାଙ୍କ ପରିଚୟ ଜଣାପଡ଼ି ନାହିଁ।

ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ବାଲି ବୋଝେଇ ଟ୍ରକ୍‌ଟି ସୋର ଅଭିମୁଖେ ଯାଉଥିବା ବେଳେ  କଣ୍ଟେନରଟି ଭୁନେଶ୍ୱରରୁ ବାଲେଶ୍ୱର ଯାଉଥିଲା। ଏହି ସମୟରେ ଟ୍ରକ୍‌ ଓ କଣ୍ଟେନର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ହିଁ କଣ୍ଟେନର ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା।

ଟ୍ରକ୍‌ରେ ଥିବା ଡ୍ରାଇଭର ଓ ହେଲପରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ କଣ୍ଟେନର ଡ୍ରାଇଭର ଗାଡ଼ି ଭିତରେ ଚାପି ହୋଇ ରହି ଯାଇଥିବାରୁ ପ୍ରାୟ ଘଣ୍ଟାଏ ଉଦ୍ୟମ ପରେ ପୁଲିସ୍‌ ମୃତଦେହକୁ ଉଦ୍ଧାର କରିଥିଲା । ଏଥିସହ ବାଲି ବୋଝେଇ ଟ୍ରକ୍ ଓ କଣ୍ଟେନରକୁ ପୁଲିସ ଜବତ କରି ତଦନ୍ତ ଆରମ୍ଭ କରିଛି।



from Odisha Reporter https://ift.tt/3aXBngs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages