ନବରଙ୍ଗପୁର(ନବଘନ ବିଶୋୟୀ): ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଅଞ୍ଚଳଗୁମା ଗାଁରେ ଭାଲୁ ଆତଙ୍କ ଦେଖାଦେଇଛି। ଗତକାଲି ମଧ୍ୟରାତ୍ରିରେ ଗାଁ ଭିତରେ ଥିବା ମନ୍ଦିର ସମ୍ମୁଖରେ ଗୋଟିଏ ଭାଲୁ ଦେଖିବାକୁ ମିଳିଥିଲା। ଜଗନ୍ନାଥ ମନ୍ଦିର ସମ୍ମୁଖରେ ଦୀର୍ଘ ସମୟ ଧରି ଭାଲୁଟି ବୁଲୁଥିବା ଦେଖିବାକୁ ମିଳିଥିଲା।
ଗତ କିଛି ଦିନ ହେବ ନିୟମିତ ଭାବେ ଭାଲୁ ଗାଁ ମୁହାଁ ହେଉଥିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ପୂର୍ବରୁ ନବରଙ୍ଗପୁର ଜିଲ୍ଲା ଦୋହଣା ଗାଁରେ ଗୋଟିଏ ଭାଲୁକୁ ଉଦ୍ଧାର କରି ସୁରକ୍ଷିତ ଭାବେ ଅନ୍ୟ ଏକ ଜଙ୍ଗଲରେ ଛାଡିଦିଆଯାଇଥିଲା। ସେହିପରି ନନ୍ଦାହାଣ୍ଡି ବ୍ଲକର ଗାଜିଆଗୁଡା ଗାଁରେ ଭାଲୁ ଦେଖିବାକୁ ମିଳିଥିଲା।
from Odisha Reporter https://ift.tt/2U7QtsL
No comments:
Post a Comment