ସରକାରୀ ଅଫିସ୍‌ରେ ଜମିଲା ଆସର, ଅଧିକାରୀ କହିଲେ, ‘ରାତି ସାରା ମଦ ପିଇବା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 19, 2020

ସରକାରୀ ଅଫିସ୍‌ରେ ଜମିଲା ଆସର, ଅଧିକାରୀ କହିଲେ, ‘ରାତି ସାରା ମଦ ପିଇବା’

କୁଚିଣ୍ଡା(ଦେବେନ୍ଦ୍ର ବେହେରା): ସରକାରୀ ଅଫିସ୍‌ରେ ଜମିଲା ମଦ ମାଂସର ଆସର। ମଦ ମାଂସ ଭୋଜିରେ ସାମିଲ ହେଲେ ବରିଷ୍ଠ ଅଧିକାରୀ।  ଏପରି ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଝାରସୁଗୁଡ଼ା ଜିଲ୍ଲା ବାଗଡ଼ିହି ଫରେଷ୍ଟ ରେଞ୍ଜ ଅଫିସ ଭିତରେ ଗତ ହୋଲି ରାତିରେ ଏଭଳି ମଦ ମାଂସ ଭୋଜି ହୋଇଥିବା ବେଳେ ଏହାର ଭିଡିଓ ଗତକାଲି ଭାଇରାଲ ହୋଇଛି।

ଏଥିରେ ନିଜେ ରେଞ୍ଜର ବ୍ରଜମୋହନ ପଟ୍ଟନାୟକ, ଫରେଷ୍ଟର ଆଲୋକ ନାଏକ ଏବଂ watcher ମହାଦେବ କିଷାନ ଓ ସନ୍ତୋଷ କିଷାନ ଥିବାର ଚର୍ଚ୍ଚା ହେଉଛି। ଭିଡିଓରେ ଜଣେ ଅଧିକାରୀ ରାତି ସାରା ମଦ ପିଇବା ବୋଲି କହୁଥିବାର ଶୁଣିବାକୁ ମିଳୁଛି। ସରକାରୀ ଅଫିସ ଭିତରେ ଏପରି ମଦର ଆସର ଏବେ ସରକାରୀ ଅଧିକାରୀଙ୍କ ଚରିତ୍ର ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ଏହି ଭିଡିଓ ଭାଇରାଲ ହେବା ପରେ ସମ୍ପୃକ୍ତ ଅଧିକାରୀମାନଙ୍କ ମତାମତ ମିଳିପାରି ନାହିଁ। ଅପରପକ୍ଷେ ଏନେଇ ଝାରସୁଗୁଡ଼ା ଡିଏଫଓଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନାହିଁ।



from Odisha Reporter https://ift.tt/3bcXDmx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages