ନୋଏଡା: ଗୁଜବ ଖବର ପୋଷ୍ଟ କରି ଅଡ଼ୁଆରେ ପଡ଼ିଛନ୍ତି ଆମ୍ ଆଦମୀ ପାର୍ଟିର ଗ୍ରେଟର ନୋଏଡା ବିଧାୟକ ରାଘବ ଚଢ଼ା। କରୋନାକୁ ରୋକିବା ପାଇଁ ସାରା ଦେଶ ଏବେ ଲକ୍ଡାଉନ୍ ରହିଛି। ତେଣୁ ଗୁଜବ ଖବର, ବ୍ରାଭାନ୍ତିକର ଖବର ପୋଷ୍ଟ ନକରିବାକୁ ସରକାରଙ୍କ ତରଫରୁ କୁହାଯାଇଛି। ହେଲେ ଦିଲ୍ଲୀର ଶାସକ ଦଳର ବିଧାୟକ ରାଘବ ଚଢ଼ା ଗୁଜବ ଖବର ଟୁଇଟ୍ କରି ଅଡ଼ୁଆରେ ପଡ଼ିଛନ୍ତି।
ଦିଲ୍ଲୀରୁ ଉତ୍ତର ପ୍ରଦେଶ ଯାଉଥିବା ଶ୍ରମିକ ମାନଙ୍କୁ ପୁଲିସ ମାଡ଼ ମାରୁଛି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ଏଭଳି କରୁଥିବା ରାଘବ ଟୁଇଟ୍ କରିଥିଲେ। ଏହାପରେ ରାଘବଙ୍କ ବିରୋଧରେ ଗୁଜବ ଖବର ପୋଷ୍ଟ କରିଥିବା ନେଇ ନୋଏଡା ସେକ୍ଟର-୨୦ ଥାନାରେ ମାମଲା ରୁଜୁ ହୋଇଛି। ଆପର ପୂର୍ବତନ ନେତା ତଥା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଏବେ ରାଘବଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି। ଗୁଜବ ଖବର ପ୍ରଚାର କରୁଥିବା ସହିତ ଅନ୍ୟାନ୍ୟ ମାମଲାରେ ସେ ରାଘବଙ୍କୁ ଯୋଡ଼ିଛନ୍ତି।
ମାମଲା ରୁଜୁ ହେବା ପରେ ସଙ୍ଗେସଙ୍ଗେ ରାଘବ ତାଙ୍କ ଟୁଇଟକୁ ଡିଲିଟ୍ କରି ଦେଇଛନ୍ତି। ତେବେ କାହିଁକି ଡିଲିଟ୍ କରିଛନ୍ତି ସେ ନେଇ କୌଣସି ମତାମତ ରଖି ନାହାନ୍ତି। ରାଘବଙ୍କ ଟୁଇଟର ମଧ୍ୟ ଜବାବ ଦେଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କର ମିଡିଆ ପରାମର୍ଶଦାତା ମୃତ୍ୟୁଞ୍ଜୟ କୁମାର। ଦିଲ୍ଲୀରୁ ଲୋକମାନେ ପଳାଇ ଆସୁଛନ୍ତି। ଏହାର କାରଣ ଦିଲ୍ଲୀ ସରକାରଙ୍କ ପ୍ରଶାସିନକ ବିଫଳତା। ଖାଇବା, ପିଇବାର ଆବଶ୍ୟକ ବନ୍ଦୋବସ୍ତ ନକରିବାରୁ ଏଭଳି ସ୍ଥିତି ଉପୁଜିଛି। ହେଲେ ଯୋଗୀ ସରକାର ବସ୍ ମାଧ୍ୟମରେ ଏସବୁ ଲୋକଙ୍କୁ ତାଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚାଉଛନ୍ତି ବୋଲି ସେ ଟୁଇଟ୍ କରି କହିଛନ୍ତି।
from Odisha Reporter https://ift.tt/3bAyu5u
No comments:
Post a Comment