ୱାଶିଂଟନ୍: ଆମେରିକାର ୱାଶିଂଟନ୍ରେ ରହୁଥିବା ଜଣେ ବ୍ୟକ୍ତି ନିଜ ଅଜବ କାଣ୍ଡ ପାଇଁ ଜେଲ୍ ଯାଇଛନ୍ତି। ସେ ତାଙ୍କ ପ୍ରିୟ ପୋଷା କୁକୁରକୁ ଗାଡ଼ି ଚଲାଇବା ଶିଖାଇବା ସମୟରେ ପୁଲିସ୍ ହାତରେ ଧରାପଡ଼ିଯିବାରୁ ଏଭଳି ଦଶା ଭୋଗିବାକୁ ପଡ଼ିଛି।
ଆଲବେର୍ଟୋ ଟିଟୋ ଆଲେଜାଣ୍ଡ୍ରୋ ନାମକ ଏହି ବ୍ୟକ୍ତି ଜଣକ ଏପରି ଗାଡ଼ି ଚଲାଇ ୨ଟି ଗାଡ଼ି ଦେହରେ ଧକ୍କା କରିବା ସହ ଜୋରରେ ପଳାଉଥିବା ଦେଖି କିଛି ଲୋକ ପୁଲିସ୍କୁ ଖବର ଦେଇଥିଲେ।
ମାର୍ଚ୍ଚ ୨୯ ଅପରାହ୍ଣର ଏହି ଘଟଣା ବାବଦରେ ଜାଣିବା ପରେ ପୁଲିସ୍ ଏହାକୁ ଫଲୋ କରିଥିଲା। ଘଣ୍ଟା ପ୍ରତି ୧୦୦ ମାଇଲ୍ ବେଗରେ ଚାଲୁଥିବା ଏହି ଗାଡ଼ିର ଡ୍ରାଇଭର ଶିଟ୍ରେ ପିଟ୍ବୁଲ୍ କୁକୁରକୁ ଦେଖି ପୁଲିସ୍ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲା। ଗାଡ଼ିର ମାଲିକ ପାଖ ଶିଟ୍ରେ ବସି କୁକୁରକୁ ଆସିଲିଟର ଓ ବ୍ରେକ୍ ଆଦିରେ ସାହାଯ୍ୟ କରୁଥିଲେ।
ଶେଷରେ ପୁଲିସ୍ କୌଶଳ କରି ଏହି ଗାଡ଼ିକୁ ଅଟକାଇ ପାରିଥିଲା। ଏହି ବ୍ୟକ୍ତିଙ୍କ ନାମରେ ନିଶା କରି ଗାଡ଼ି ଚଲାଇବା ଏବଂ ଅନ୍ୟ କିଛି ମାମଲା ରୁଜୁ କରାଯାଇଛି। ମାଲିକକୁ ଗିରଫ ହେବାର ଦେଖି କୁକୁରଟି ପ୍ରତିକ୍ରୟାଶୀଳ ହୋଇଥିଲା। ଫଳରେ ତା’କୁ ମଧ୍ୟ ଏକ ଆଶ୍ରୟସ୍ଥଳରେ ରଖାଯାଇଛି।
from Odisha Reporter https://ift.tt/2vZxN6r
No comments:
Post a Comment