ନକଲି ହ୍ୟାଣ୍ଡଓ୍ୱାସ୍ ଓ ସାନିଟାଇଜର ଫ୍ୟାକ୍ଟ୍ରି ସିଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 30, 2020

ନକଲି ହ୍ୟାଣ୍ଡଓ୍ୱାସ୍ ଓ ସାନିଟାଇଜର ଫ୍ୟାକ୍ଟ୍ରି ସିଲ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରସ୍ଥିତ ଝାରପଡ଼ା ଅଞ୍ଚଳରୁ ନକଲି ହ୍ୟାଣ୍ଡଓ୍ୱାସ୍ ଓ ସାନିଟାଇଜର ପ୍ରସ୍ତୁତ କରୁଥିବା ଏକ ଫ୍ୟାକ୍ଟ୍ରି ଠାବ ହୋଇଛି। ଏଥିସହ ବିପୁଳ ପରିମାଣର ନକଲି ହ୍ୟାଣ୍ଡଓ୍ୱାସ୍ ଓ ସାନିଟାଇଜର ସହ ଏଥିନିମନ୍ତେ ଆବଶ୍ୟକ ସାମଗ୍ରୀ ଜବତ ହୋଇଛି।

ଝାରପଡ଼ା ଅଞ୍ଚଳରେ ବିନା ଲାଇସେନ୍ସରେ ଏହି ହ୍ୟାଣ୍ଡଓ୍ୱାସ୍ ଓ ସାନିଟାଇଜର କାରଖାନା ଚାଲିଥିଲା। ଏ ସମ୍ପର୍କରେ ଖବର ପାଇ ଗତକାଲି ଡ୍ରଗ୍ ଇନସପେକ୍ଟର ଚଢ଼ଉ କରିଥିଲେ।

ବର୍ତ୍ତମାନ ସମୟରେ କରୋନା ଭାଇରାସ୍ ପାଇଁ ହ୍ୟାଣ୍ଡଓ୍ୱାସ୍‌ର ପ୍ରବଳ ଚାହିଦା ଥିବାରୁ ନକଲି ସାମଗ୍ରୀରେ ଏଠାରୁ ନିମ୍ନମାନର ହ୍ୟାଣ୍ଡଓ୍ୱାସ୍ ଓ ସାନିଟାଇଜର ପ୍ରସ୍ତୁତ ହେଉଥିଲା।

ଘଟଣାସ୍ଥଳରୁ ପାଖାପାଖି ୩ଲକ୍ଷ ଟଙ୍କାର ହ୍ୟାଣ୍ଡଓ୍ୱାସ୍ ଓ ସାନିଟାଇଜର ଓ ନକଲି ସାମଗ୍ରୀ ଜବତ କରାଯାଇଛି। ଏହାସହ ସାନିଟାଇଜର ପ୍ରସ୍ତୁତକାରୀ ଏସ୍.ଏସ୍. ଇଣ୍ଟ୍ରଷ୍ଟୀକୁ ସିଲ୍ କରାଯାଇଛି। ଏହାର ମାଲିକଙ୍କ ବିରୋଧରେ ଡ୍ରଗ୍ସ ଆଇନ୍ ଉଲ୍ଲଂଘନ ଅଭିଯୋଗରେ ମାମଲା ରୁଜୁ ହୋଇଛି।

 

 

 

 



from Odisha Reporter https://ift.tt/2QXprUg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages