ଏହସବୁ ବଲିଉଡ୍‌ ଫିଲ୍ମକୁ କପି କରିଥିଲା ହଲିଉଡ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 2, 2020

ଏହସବୁ ବଲିଉଡ୍‌ ଫିଲ୍ମକୁ କପି କରିଥିଲା ହଲିଉଡ୍

ମୁମ୍ବାଇ: ଏବେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଚାଲିଛି ରିମେକ୍‌ର ଟ୍ରେଣ୍ଡ। ଆଜିକାଲି ଅରିଜିନାଲ୍‌ କାହାଣୀ ଛାଡ଼ି ନିର୍ମାତାମାନେ ହିଟ୍‌ ହଲିଉଡ୍ ଫିଲ୍ମଗୁଡ଼ିକର ରିମେକ ତିଆରି କରୁଛନ୍ତି। ଏଥି ମଧ୍ୟରେ କିଛି ଅଫିସିଆଲ୍‌ ରିମେକ୍‌ ମଧ୍ୟ ତିଆରି ହୋଇଛି। ଅନେକ ସମୟରେ ବଲିଉଡ୍‌ ଉପରେ କିଛି ହଲିଉଡ୍‌ ଫିଲ୍ମକୁ କପି କରିବା ବା କାହାଣୀ ଚୋରି କରିବା ଅଭିଯୋଗ ମଧ୍ୟ ଲାଗିଛି। ହେଲେ ଆପଣ ଜାଣନ୍ତି, ହଲିଉଡ୍‌ ମଧ୍ୟ ଆମ ହିନ୍ଦୀ ଫିଲ୍ମର କାହାଣୀକୁ ଦେଖି ଫିଲ୍ମ ତିଆରି କରିଛି। ହଲିଉଡ୍‌ରେ ମଧ୍ୟ ବଲିଉଡ୍‌ ଫିଲ୍ମ କପି ହୋଇଛି। ଆସନ୍ତୁ ଜାଣିବା ସେହି ଫିଲ୍ମଗୁଡ଼ିକ ବିଷୟରେ।

‘ଜଷ୍ଟ ଗୋ ୱିଥ୍‌ ଇଟ୍‌’-‘ମୈନେ ପ୍ୟାର କ୍ୟୁଁ କିୟା’:

୨୦୦୫ରେ ରିଲିଜ୍‌ ହୋଇଥିବା ବଲିଉଡ୍‌ ସୁପରଷ୍ଟାର ସଲ୍‌ମାନ୍‌ ଖାନ୍‌ଙ୍କ ଫିଲ୍ମ ‘ମୈନେ ପ୍ୟାର କ୍ୟୁଁ କିୟା’କୁ ଦେଖି ୨୦୧୧ରେ ହଲିଉଡ୍‌ ଫିଲ୍ମ ‘ଜଷ୍ଟ ଗୋ ୱିଥ୍‌ ଇଟ୍‌’ ତିଆରି ହୋଇଥିଲା। ଏହି ୨ଟି ଯାକ ଫିଲ୍ମର କାହାଣୀ ସମାନ। ‘ମୈନେ ପ୍ୟାର କ୍ୟୁଁ କିୟା’ରେ ସୁସ୍ମିତା ସେନ୍‌ଙ୍କ ରୋଲ୍‌କୁ ‘ଜଷ୍ଟ ଗୋ ୱିଥ୍‌ ଇଟ୍‌’ରେ  ଜେନିଫର ଏନିଷ୍ଟୋନ୍‌ କରିଥିଲେ। ଆଉ ସଲ୍‌ମାନଙ୍କ ରୋଲ୍‌କୁ ଆଡମ୍‌ ସ୍ୟାଣ୍ଡଲର୍‌ କରିଥିଲେ।

‘ପର୍ଲ ହାର୍ବର’-‘ସଙ୍ଗମ’:

୨୦୦୧ରେ ଆସିଥିବା ହଲିଉଡ ଫିଲ୍ମ ‘ପର୍ଲ ହାର୍ବର’ର କାହାଣୀ ବହୁମାତ୍ରାରେ ୧୯୬୪ରେ ତିଆରି ହୋଇଥିବା ବଲିଉଡ୍‌ ଫିଲ୍ମ ‘ସଙ୍ଗମ’ ସହ ମିଶିଯାଉଥିଲା। ଏହି ଦୁଇଟିଯାକ ଫିଲ୍ମର କାହାଣୀ ପ୍ରାୟ ଏକା ପରି ଥିଲା। ଦୁଇଟି ଯାକ ଫିଲ୍ମରେ ଦୁଇ ସାଙ୍ଗ ଓ ଜଣେ ଝିଅ ଭିତରେ ଲଭ୍‌ ଟ୍ରାଙ୍ଗେଲ୍‌ ଦେଖିବାକୁ ମିଳିଥିଲା। ପାର୍ଥ୍ୟକ୍ୟ ଏତିକି ଥିଲା ଯେ ବଲିଉଡ୍‌ରେ ଜଣେ ସାଙ୍ଗ ପାଇଲଟ୍‌ ଥିଲା ଓ ହଲିଉଡ୍‌ରେ ଦୁଇ ଜଣ ଯାକ ପାଇଲଟ୍‌ ଥିଲେ। 
‘ୱିନ୍‌ ଏ ଡେଟ୍‌ ୱିଥ୍ ଟେଡ୍‌ ହ୍ୟାମିଲ୍‌ଟନ୍‌’-‘ରଙ୍ଗିଲା’:

ଏହି ଦୁଇଟି ଫିଲ୍ମର କାହାଣୀ ମଧ୍ୟ ପ୍ରାୟ ଏକାପରି ହିଁ ଥିଲା। ୧୯୯୫ରେ ଆସିଥିବା ଆମୀର ଖାନ୍‌ଙ୍କ ସୁପରହିଟ୍ ଫିଲ୍ମ ‘ରଙ୍ଗିଲା’ରେ ଯେଉଁଭଳି ଲଭ୍ ଟ୍ରାଙ୍ଗେଲ୍‌ ଦେଖାଯାଇଥିଲା, ଠିକ୍‌ ସେହିଭଳି ଟ୍ରାଙ୍ଗେଲ୍‌ ‘ୱିନ୍‌ ଏ ଡେଟ୍‌ ୱିଥ୍ ଟେଡ୍‌ ହ୍ୟାମିଲ୍‌ଟନ୍‌’ରେ ବି ଦେଖିବାକୁ ମିଳିଥିଲା। ଦୁଇଟି ଯାକରେ ଜଣେ ଝିଅ ନିଜ ବେଷ୍ଟ ଫ୍ରେଣ୍ଡ ଓ ଜଣେ ଫିଲ୍ମଷ୍ଟାରଙ୍କ ମଝିରେ ଫସିଯାଇଥିଲେ। ଫରକ୍ ଏତିକି ଥିଲା ଯେ ‘ରଙ୍ଗିଲା’ରେ ବେଷ୍ଟ ଫ୍ରେଣ୍ଡ ଟପୋରି ଥିଲା, ହେଲେ ହଲିଉଡ୍‌ରେ ଏପରି ନଥିଲା।

‘ଡେଲିଭରି ମ୍ୟାନ୍’-‘ଭିକ୍କି ଡୋନର୍’:

୨୦୧୨ରେ ଆସିଥିବା ଆୟୁଷ୍ମାନ ଖୁରାନାଙ୍କ ଡେବ୍ୟୁ ଫିଲ୍ମ ‘ଭିକ୍କି ଡୋନର୍‌’ ବକ୍ସ ଅଫିସ୍‌ରେ ବହୁତ ହିଟ୍‌ ହୋଇଥିଲା। ଏହି ଫିଲ୍ମର କାହାଣୀକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ। କାରଣ ଏହା ଥିଲା ଟିକେ ହଟ୍‌କେ। ପୂର୍ବରୁ ବଲିଉଡ୍‌ କି ହଲିଉଡ୍‌ରେ କେବେ ବି ଏହି ପ୍ରସଙ୍ଗରେ ଫିଲ୍ମ ତିଆରି ହୋଇ ନଥିଲା। ତେବେ ଏହି ଫିଲ୍ମ ରିଲିଜ୍‌ ହେବାର ପ୍ରାୟ ବର୍ଷେ ପରେ ଏଥିରୁ ପ୍ରେରିତ ହଲିଉଡ୍‌ ଫିଲ୍ମ ‘ଡେଲିଭରି ମ୍ୟାନ୍’ ରିଲିଜ୍‌ ହୋଇଥିଲା। ଉଭୟ ଫିଲ୍ମରେ ଶୁକ୍ରାଣୁ ଦାନ ପ୍ରସଙ୍ଗ ସହ ଭରପୂର କମେଡ଼ି ଦେଖିବାକୁ ମିଳିଥିଲା।

‘ଏ ଲିପ୍‌ ଇୟ୍’-‘ଜବ ୱି ମେଟ୍’:

୨୦୦୭ରେ ରିଲିଜ୍‌ ହୋଇଥିବା ଇମ୍‌ତିଆଜ୍‌ ଅଲ୍ଲୀଙ୍କ ସୁପରହିଟ୍‌ ଫିଲ୍ମ ‘ଜବ ୱି ମେଟ୍‌’କୁ ମଧ୍ୟ ହଲିଉଡ୍‌ କପି କରିଥିଲା। ଏହି ଫିଲ୍ମରରେ ହିଟ୍‌ ଯୋଡ଼ି ଶାହିଦ୍‌ କପୁର ଓ କରୀନା କପୁର ଅଭିନୟ କରିଥିଲେ। ଏହି କାହାଣୀଟି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା। ଏଥିରୁ ପ୍ରେରିତ ହୋଇ ୨୦୧୦ରେ ହଲିଉଡ୍‌ ‘ଲିପ୍‌ ଇୟର୍’ ତିଆରି କରିଥିଲା। ଦୁଇଟି ଯାକର କାହାଣୀ ପୂରାପୂରି ସମାନ ଥିଲା। ହେଲେ ହଲିଉଡ୍‌ ନିର୍ମାତା ମାନି ନଥିଲେ ଯେ ସେ ‘ଜବ ୱି ମେଟ୍’ରୁ ପ୍ରେରଣା ନେଇ ଏହାକୁ ତିଆରି କରିଥିଲେ।

‘ଏ ୱେଡନେସ୍‌ ଡେ’ ଓ ‘ଏ କମନ୍‌ ମ୍ୟାନ୍’:

ନିରଜ ପାଣ୍ଡେଙ୍କର ୨୦୦୮ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଏ ୱେଡନେସ୍‌ ଡେ’ ଏକ ଦମ୍‌ଦାର କାହାଣୀ ସହ ପରଦାକୁ ଆସିଥିଲା। ଏହି ଫିଲ୍ମଟିକୁ ଦର୍ଶକଙ୍କ ସମେତ କ୍ରିଟିକ୍ସଙ୍କର ମଧ୍ୟ ପ୍ରଶଂସା ମିଳିଥିଲା। ଫିଲ୍ମରେ ନସିରୁଦ୍ଦିନ ଶାହ ଲିଡ୍‌ ରୋଲ୍‌ରେ ଚମତ୍କାର ଅଭିନୟ କରିଥିଲେ। ତେବେ ଏହି ଫିଲ୍ମରୁ ପ୍ରେରିତ ହୋଇ ଏହାର ଅଫିସିଆଲ୍‌ ହଲିଉଡ୍‌ ରିମେକ୍‌ ତିଆରି ହୋଇଥିଲା। ଏହାର ନାଁ ଥିଲା ‘ଏ କମନ୍‌ ମ୍ୟାନ୍’। ଏଥିରେ ଏକାଡେମୀ ଆୱାର୍ଡ଼ ୱିନର୍‌ ବେନ୍‌ କିଙ୍ଗସ୍‌ଲେ ଲିଡ୍‌ ରୋଲ୍‌ରେ ଅଭିନୟ କରିଥିଲେ।

 



from Odisha Reporter https://ift.tt/3amBYHZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages