ୟେସ୍ ବ୍ୟାଙ୍କର ପୂର୍ବତନ ସଂସ୍ଥାପକଙ୍କୁ ଇଡ଼ିର ଜେରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 7, 2020

ୟେସ୍ ବ୍ୟାଙ୍କର ପୂର୍ବତନ ସଂସ୍ଥାପକଙ୍କୁ ଇଡ଼ିର ଜେରା

ନୂଆଦିଲ୍ଲୀ: ୟେସ୍ ବ୍ୟାଙ୍କ୍ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତ ପ୍ରକ୍ରିୟା ଜୋରଦାର କରିଛି। ଗତକାଲି ୟେସ୍ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କ ବିରୋଧରେ ଇଡି ଲୁକ୍ ଆଉଟ୍ ନୋଟିସ ଜାରି କରିବା ପରେ ଆଜି ମୁମ୍ୱାଇ ସ୍ଥିତି ଇଡି ଅଫିସକୁ ଆସି ହାଜର ହୋଇଛନ୍ତି ରାଣା କପୁର। ଏବେ ଇଡି ଅଧିକାରୀ ରାଣା କପୁରଙ୍କୁ ପଚରାଉଚରା କରୁଛନ୍ତି। ଗତକାଲି ଲୁକ୍ ଆଉଟ୍ ନୋଟିସ୍ ଜାରି ହେବା ପୂର୍ବରୁ ଇଡି ବିଭିନ୍ନ ସ୍ଥାନରେ ରେଡ୍ କରିଥିଲା। ଇଡି ଏବେ ରାଣା କପୁରଙ୍କ ବିରୋଧରେ ମନି ଲଣ୍ଡ୍ରିଂ ମାମଲା ମଧ୍ୟ ରୁଜୁ କରିଛି।

ରାଣା କପୁର ହେଉଛନ୍ତି ୟେସ୍ ବ୍ୟାଙ୍କର ଅନ୍ୟତମ ପ୍ରତିଷ୍ଠାତା। ବ୍ୟାଙ୍କ ପରିଚାଳନାରେ ଅସୁବିଧା ଥିବା ଦେଖି ବୋର୍ଡ ଓହରିବା ପାଇଁ ରାଣା କପୁରଙ୍କୁ ୨୦୧୮ରେ ଆରବିଆଇ କହିଥିଲା। ଏହାପରେ ସେ ୩୧ ଜାନୁଆରୀ ୨୦୧୯ରେ ବୋର୍ଡ ଛାଡ଼ିବା ସହ ସମସ୍ତ ପଦବୀରୁ ଇସ୍ତଫା ଦେଇଥିଲେ ରାଣା କପୁର।

କର୍ପୋରେଟ୍ ସେକ୍ଟରରେ ରାଣା କପୁର ଜଣେ ପ୍ରତିଷ୍ଠିତ ବ୍ୟକ୍ତି। ବ୍ୟାଙ୍କର ବିଭିନ୍ନ ଚୁକ୍ତିରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ତେବେ କପୁର ଯେଉଁ କମ୍ପାନୀଗୁଡ଼ିକୁ ଋଣ ଦେଇଥିଲେ ସେହି କମ୍ପାନୀ ଗୁଡ଼ିକ ଋଣ ଫେରସ୍ତ ନକରିବାରୁ ବ୍ୟାଙ୍କର ଆର୍ଥିକ ସ୍ଥିତି ଖରାପ ହୋଇଯାଇଛି।

ଏବେ ଆରବିଆଇ ୟେସ୍ ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ନେଇ ପ୍ରତିବନ୍ଧକ ଲଗାଇଛି। ଜଣେ ବ୍ୟାଙ୍କ ଆକାଉଣ୍ଟଧାରୀ ଯେତେ ଟଙ୍କା ଜମା ରଖିଥାନ୍ତୁ ନା କାହିଁକି ସେ ୫୦ ହଜାରରୁ ଅଧିକ ଟଙ୍କା ଉଠାଇ ପାରିବେ ନାହିଁ ବୋଲି ଆରବିଆଇ ସ୍ପଷ୍ଟ କରିଛି।

୨୦୦୪ ରେ, ରାଣା କପୁର ତାଙ୍କ ସମ୍ପର୍କୀୟ ଅଶୋକ କପୁରଙ୍କ ସହିତ ମିଶି ଆରମ୍ଭ କରିଥିଲେ ୟେସ୍ ବ୍ୟାଙ୍କ। ୨୬/୧୧ ମୁମ୍ବାଇ ଆକ୍ରମଣରେ ଅଶୋକ କପୁରଙ୍କ ମୃତ୍ୟୁ ଘଟିଥିଲା, ଏହାପରେ ରାଣା କପୁର ବ୍ୟାଙ୍କର ନେତୃତ୍ୱ ନେଉଥିଲେ।



from Odisha Reporter https://ift.tt/2VRoXSQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages