କରୋନା ପାଇଁ ବଢ଼ୁଛି ମାନସିକ ରୋଗୀଙ୍କ ସଂଖ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 30, 2020

କରୋନା ପାଇଁ ବଢ଼ୁଛି ମାନସିକ ରୋଗୀଙ୍କ ସଂଖ୍ୟା

କୋଲକାତା: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ ଦେଶରେ ମାନସିକ ରୋଗରେ ପୀଡ଼ିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଭାରତୀୟ ସାଇକିଆଟ୍ରି ସୋସାଇଟି ଦ୍ୱାରା କରାଯାଇଥିବା ଏକ ସର୍ଭେରେ ମାନସିକ ରୋଗ ଆକ୍ରାନ୍ତଙ୍କ ସଂଖ୍ୟାରେ ହଠାତ ୨୦% ବୃଦ୍ଧିପାଇଛି। ଏହି ସର୍ଭେରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଳପ୍ରତି ପାଞ୍ଚ ଜଣ ଭାରତୀୟଙ୍କ ମଧ୍ୟରୁ ଅତି କମରେ ଜଣେ ମାନସିକ ରୋଗରେ ପୀଡ଼ିତ।

ସୂଚନାଯୋଗ୍ୟ ଯେ, କରୋନା ଭାଇରସ୍ ମହାମାରୀ ସମଗ୍ର ବିଶ୍ୱରେ ଲୋକଙ୍କ ଜୀବନଶୈଳୀ ଏବଂ ଅର୍ଥନୀତି ଆଦି ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇଛି।

ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରଭାବିତ କରିଥିବା କରୋନା ଭାଇରସ୍‌ର ବିସ୍ତାର ସହ ମାନସିକ ରୋଗୀଙ୍କ ସଂଖ୍ୟା ମଧ୍ୟ ଆଶାତୀତ ଭାବେ ବୃଦ୍ଧି ପାଉଛି।ଏହି ସର୍ଭେରୁ ଜଣାଯାଇଛି, ଗୋଟିଏ ସପ୍ତାହରେ ହିଁ ଏପରି ରୋଗୀମାନଙ୍କ ସଂଖ୍ୟାରେ ହାରାହାରି ୧୫%ରୁ ୨୦% ବୃଦ୍ଧି ଘଟିଛି। ଏପରି ହଠାତ ହୋଇଥିବାରୁ ଏହା କରୋନା କାରଣରୁ ହୋଇଥିବା ସନ୍ଦେହ ଘନୀଭୂତ ହେଉଛି।

ସୂଚନାଯୋଗ୍ୟ ଯେ, ଲକଡାଉନ୍ ସମୟରେ ବ୍ୟବସାୟ, ଚାକିରୀ, ରୋଜଗାର ଏବଂ ସଞ୍ଚୟ ହରାଇବା ଭୟ ବଢ଼ିବାରେ ଲାଗିଛି।
ବିଶେଷଜ୍ଞମାନେ ମତ ଦେଉଛନ୍ତି, “ଲୋକମାନଙ୍କର ଜୀବନଶୈଳୀ ଉପରେ ଏହି ଲକ୍‌ଡାଉନ୍‌ର ପ୍ରଭାବ ପଡ଼ିଛି। ସେମାନେ ଏବେ ଘର ଭିତରେ ରହିଛନ୍ତି। ସେହିକ କାରଣରୁ ବର୍ତ୍ତମାନ ସେମାନେ ଚିନ୍ତା, ଆତଙ୍କିତ ହେବା ଏବଂ ମଦ୍ୟପାନରୁ ଦୂରେଇ ରହିବା ଆଦି ସମସ୍ୟା ଦେଇ ଗତି କରୁଛନ୍ତି।”

ଏହି ମାନସିକ ଦୁଶ୍ଚିନ୍ତା ନିମ୍ନ ଲକ୍ଷଣ ସବୁକୁ ପ୍ରୋତ୍ସହନ ଦେଇଥାଏ

  • କୌଣସି ଘଟଣାର ସତ୍ୟାସତ୍ୟ ନେଇ ବାରମ୍ବାର ଯାଞ୍ଚ କରିବା
  • କିଛି ନକାରାତ୍ମକ ଘଟଣା ଘଟିବ ବୋଲି ଚିନ୍ତା କରିବା
  • ଅତୀତ କଥା ବାରମ୍ବାର ଝୁରି ହେବା ବା ମନେ ପକାଇବା
  • ସବୁ କିଛି ପାଇଁ ନିଜକୁ ଦୋଷୀ ଦୋଷୀ ମନେ କରିବା
  • ଅତ୍ୟଧିକ ଭୋକ ହେବା ବା ଅଯଥା ଖାଇ ଚାଲିବା
  • କୌଣସି ନିର୍ଦ୍ଦିଷ୍ଟ କାମରେ ମନ ନ ଲାଗିବା


from Odisha Reporter https://ift.tt/2JrtEvg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages