ଭୁବନେଶ୍ୱର: ଆଜିକାଲି ଅନେକ ଲୋକ ଗ୍ୟାସ୍ ଓ ଏସିଡିଟି ପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗ୍ୟାସ୍ ବା ଏସିଡିଟି ଆଦି ହେଲେ ପେଟ ଫୁଲିବା ସହିତ ମୁଣ୍ଡରେ ଯନ୍ତ୍ରଣା ହୋଇଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ପ୍ରାୟ ସମସ୍ତେ ଔଷଧ ଖା’ନ୍ତି। ତେବେ କିଛି ଘରୋଇ ଉପଚାର ବି ଏ ସମସ୍ୟାକୁ ଦୂର କରିବାରେ ସଫଳ ହୋଇଥାଏ। ସେଥିରୁ ଗୋଟିଏ ହେଉଛି ହର୍ବାଲ ଚାହା। ଗ୍ୟାସ୍ ଓ ଏସିଡିଟି ପାଇଁ ଏହା ରାମବାଣ ପରି କାର୍ଯ୍ୟ କରିଥାଏ। ତା’ହେଲେ ଆସନ୍ତୁ ଜାଣିବା ଏସିଡିଟି ବା ଗ୍ୟାସ୍ ହେଲେ କେଉଁ ହର୍ବାଲ୍ ଚାହା ପିଇବେ।
୧. କ୍ୟାମୋମାଇଲ୍ ଫୁଲ ଏସିଡିଟି ଓ ଗ୍ୟାସ୍ ପାଇଁ ଭଲ। ବଜାରରେ କ୍ୟାମୋମାଇଲ୍ ହର୍ବାଲ୍ ଚାହା ଉପଲବ୍ଧ ହେଉଛି। ଏହାକୁ ପିଇଲେ ଷ୍ଟ୍ରେସ୍ କମ୍ ହେବା ସହିତ ଗ୍ୟାସ୍ ସମସ୍ୟା ଦୂର ହୋଇଥାଏ। କେବଳ ଏତିକି ନୁହେଁ, କ୍ୟାମୋମାଇଲ୍ ହର୍ବାଲ୍ ଚାହା ପେଟରେ ହେଉଥିବା ଜଳାପୋଡ଼ାକୁ କମ୍ କରିଥାଏ।
୨. ସେହିଭଳି ପିମ୍ପରମେଣ୍ଟ୍ ଚାହା ବି ବେଶ୍ ଉପକାରୀ। ପେଟ ଫୁଲିବା ସମସ୍ୟାକୁ ପିମ୍ପରମେଣ୍ଟ ଭଲ କରିଥାଏ। ଆହୁରି ମଧ୍ୟ ପିମ୍ପରମେଣ୍ଟ୍ ଚାହା ପେଟ ଓ ତଳି ପେଟରେ ହେଉଥିବା ଯନ୍ତ୍ରଣାକୁ କମ୍ କରିଥାଏ।
୩. ଅଦା, ମହୁ ଓ ଲେମ୍ୱୁରେ ତିଆରି ଚାହା ପେଟ ପାଇଁ ଖୁବ୍ ଉପକାରୀ। ଏସିଡିଟି ଓ ଗ୍ୟାସ୍କୁ ଅଦା ଭଲ କରିଥାଏ। କ୍ଷୀର ନମିଶାଇ ଅଳ୍ପ ଅଦା, ମହୁ ଓ ଲେମ୍ୱୁ ମିଶାଇ ଚାହା ପ୍ରସ୍ତୁତ କରି ଏସିଡିଟି ସମୟରେ ପିଅନ୍ତୁ। ଦେଖିବେ ଏସିଡିଟି ଭଲ ହୋଇଯିବ।
from Odisha Reporter https://ift.tt/2TxS2kI
No comments:
Post a Comment