ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ଜଷ୍ଟିସ ଗୋଗୋଇ, ଗୃହରୁ ଚାଲିଗଲେ ବିରୋଧୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 18, 2020

ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ଜଷ୍ଟିସ ଗୋଗୋଇ, ଗୃହରୁ ଚାଲିଗଲେ ବିରୋଧୀ

ନୂଆଦିଲ୍ଲୀ: ରାଜ୍ୟସଭାର ସାଂସଦ ଭାବେ ଦେଶର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଆଜି ଶପଥ ଗ୍ରହଣ କରିଛନ୍ତି। ଜଷ୍ଟିସ ଗୋଗୋଇଙ୍କୁ ରାଜ୍ୟସଭାକୁ ରାଷ୍ଟ୍ରପତି ମନୋନୀତ କରିଥିଲେ। ଜଷ୍ଟିସ୍‌ ଗୋଗୋଇ ରାଜ୍ୟସଭାକୁ ମନୋନୀତ ହୋଇଥିବାରୁ ଏହାକୁ ନେଇ ବିବାଦ ଉପୁଜିଥିଲା।

ଏହାର ପ୍ରଭାବ ଆଜି ଜଷ୍ଟିସ ଗୋଗୋଇ ଶପଥ ନେବା ବେଳେ ଦେଖିବାକୁ ମିଳିଥିଲା। ଗୋଟିଏ ପଟେ ଜଷ୍ଟିସ୍‌ ଗୋଗୋଇ ରାଜ୍ୟସଭାର ସାଂସଦ ଭାବେ ଶପଥ ନେଉଥିବା ବେଳେ ଅନ୍ୟପଟେ ଏହାକୁ ବିରୋଧ କରି ବିରୋଧୀ ଦଳର ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ।

କଂଗ୍ରେସ ଓ ବିଏସପିର ସାଂସଦମାନେ ପ୍ରଥମେ ଗୃହ ମଧ୍ୟରେ ଜଷ୍ଟିସ୍‌ ଗୋଗୋଇଙ୍କ ଶପଥ ପାଠକୁ ବିରୋଧ କରିଥିଲେ। ଏହାପରେ ସିପିଆଇ, ଡିଏମକେ ଓ ଏମଡିଏମକେ ସାଂସଦମାନେ ଏହାକୁ ସମର୍ଥନ କରିଥିଲେ। ଏହି ହୋହାଲ୍ଲା ମଧ୍ୟରେ ଜଷ୍ଟିସ ଗୋଗୋଇ ପଦ ଓ ଗୋପନୀୟତାର ଶପଥ ପାଠ କରିଥିଲେ। ତେବେ ଏହାକୁ ବିରୋଧୀ କରି ବିରୋଧୀ ଦଳର ସାଂସଦମାନେ କକ୍ଷତ୍ୟାଗ କରିଥିଲେ।

ଜଷ୍ଟିସ ଗୋଗୋଇ ୨୦୧୯ ନଭେମ୍ବର ମାସରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ପଦରୁ ଅବସର ନେଇଥିଲେ। ଏହାର ୪ ମାସ ପରେ ଅର୍ଥାତ ମାର୍ଚ୍ଚ ୧୬ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ରାଜ୍ୟସଭାକୁ ମନୋନୀତ କରିଥିଲେ। ତେବେ ଜଣେ ପୂର୍ବତନ ପ୍ରଧାନ ବିଚାରପତିଙ୍କୁ ରାଜ୍ୟସଭାକୁ ମନୋନୀତ କରାଯିବା ଓ ଏହାକୁ ସେ ଆଦରର ସହ ଗ୍ରହଣ କରିବାକୁ ଅନେକ ନାପସନ୍ଦ କରିଥିଲେ।

ବିଶେଷ କରି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଯଥା ଜଷ୍ଟିସ ମଦନ ଲୋକୁର, ଜଷ୍ଟିସ ଏକେ ପଟ୍ଟନାୟକ ଓ ଜଷ୍ଟିସ୍‌ କୁରିଏନ ଯୋଜେଫ ଏହାକୁ ବିରୋଧ କରିଥିଲେ। ତେବେ ଜଷ୍ଟିସ୍ ଗୋଗୋଇ ନିଜ ନିଷ୍ପତ୍ତିରେ କାଏମ ରହିଥିଲେ ଓ ନ୍ୟାୟପାଳିକା ଓ କାର୍ଯ୍ୟପାଳିକା ଏକାଠି କାମ କଲେ ଦେଶ ପାଇଁ ଭଲ ବୋଲି ମତ ଦେଇଥିଲେ।

ପ୍ରଥମଥର ପାଇଁ ଦେଶର କୌଣସି ପୂର୍ବତନ ପ୍ରଧାନ ବିଚାରପତିଙ୍କୁ ରାଜ୍ୟସଭାକୁ ମନୋନୀତ କରାଯାଇଛି। ସେହିପରି ଜଷ୍ଟିସ୍‌ ଗୋଗୋଇ ଦ୍ୱିତୀୟ ପୂର୍ବତନ ପ୍ରଧାନ ବିଚାରପତି ଯିଏ, ରାଜ୍ୟସଭା ସାଂସଦ ହୋଇଛନ୍ତି। କାରଣ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ରଙ୍ଗନାଥ ମିଶ୍ର ଓଡ଼ିଶାରୁ କଂଗ୍ରେସର ରାଜ୍ୟସଭା ସାଂସଦ ହୋଇଥିଲେ। ତେବେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଅବସର ନେବାର ୭ ବର୍ଷ ପରେ ଅର୍ଥାତ ୧୯୮୮ରେ ଜଷ୍ଟିସ ମିଶ୍ର ରାଜ୍ୟସଭାକୁ ଯାଇଥିଲେ।



from Odisha Reporter https://ift.tt/393SawR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages