ସବୁ ଛାରଖାର କରିଦେଲା କଙ୍ଗାରୁ କୋର୍ଟ; ମୁଣ୍ଡ ଗୁଞ୍ଜିବାକୁ ଜାଗା ପାଉ ନାହାନ୍ତି ରବୀନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 3, 2020

ସବୁ ଛାରଖାର କରିଦେଲା କଙ୍ଗାରୁ କୋର୍ଟ; ମୁଣ୍ଡ ଗୁଞ୍ଜିବାକୁ ଜାଗା ପାଉ ନାହାନ୍ତି ରବୀନ୍ଦ୍ର

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ଗୋଟିଏ ପରିବାରକୁ ସର୍ବସ୍ୱାନ୍ତ କରିଦେଇଛି କଙ୍ଗାରୁ କୋର୍ଟ। ଏପରି ଏକ ସ୍ପର୍ଶକାତର ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ରଣପୁର ଥାନା ଗୌରାଙ୍ଗପୁର ପଞ୍ଚାୟତର ଗୌରାଙ୍ଗପୁର ଗାଁରେ ।

ଗାଁର କିଛି ବ୍ୟକ୍ତିଙ୍କ ସହ ମତ ପାର୍ଥକ୍ୟର ପରିଣାମ ଭୋଗିବାକୁ ପଡ଼ିଛି ଗ୍ରାମର ରବୀନ୍ଦ୍ର ବେହେରା ନାମକ ବ୍ୟକ୍ତିଙ୍କୁ। ଗ୍ରାମବାସୀ କଙ୍ଗାରୁ କୋର୍ଟ କରି ରବୀନ୍ଦ୍ରଙ୍କ ଘରକୁ ଭାଙ୍ଗି ଛାରଖାର କରି ଦେଇଛନ୍ତି। ରବୀନ୍ଦ୍ରଙ୍କ ପରିବାର ବର୍ଷ ବର୍ଷ ଧରି ଏପରି ଆକ୍ରୋଶର ଶିକାର ହୋଇ ଆସୁଛନ୍ତି।

ଗତ ୫ ବର୍ଷ ହେବ ଗ୍ରାମବାସୀ ରବୀନ୍ଦ୍ରଙ୍କ ପରିବାରକୁ ଏକ ଘରକିଆ କରି ଦେଇଥିବା ସେ ଅଭିଯୋଗ ଆଣିଛନ୍ତି। ତାଙ୍କୁ ସାମାଜିକ ବାସନ୍ଦ କରାଯାଇଥିବା ବେଳେ ନିଆଁ ପାଣି ବନ୍ଦ ରହିଛି। କିନ୍ତୁ ଏତିକିରେ ଗ୍ରାମବାସୀଙ୍କ ଆକ୍ରୋଶ ଥମି ନ ଥିଲା।

ଗୌରାଙ୍ଗପୁର ପଞ୍ଚାୟତ କାର୍ଯ୍ୟାଳୟ ମୁଖ୍ୟ ଫାଟକ ସାମ୍ନାରେ ଝାଟିମାଟି ଘରେ ରବୀନ୍ଦ୍ରଙ୍କ ପରିବାର ପିଢ଼ି ପିଢ଼ି ଧରି ରହି ଆସୁଛନ୍ତି।  କିନ୍ତୁ ଏହି ଘର ସରକାରୀ ଜାଗାରେ ହୋଇଥିବା ଦର୍ଶାଇ ୨ ଦିନ ପୂର୍ବେ ଗାଁରେ ବସିଲା ମାରାଥନ କଙ୍ଗାରୁ କୋର୍ଟ। କଙ୍ଗାରୁ କୋର୍ଟ ନିଷ୍ପତି ଅନୁସାରେ ଗତକାଲି ଗାଁ ଲୋକେ ଠେଙ୍ଗା ,କଟୁରି,ଶାବଳ ଆଦି ମାରଣାସ୍ତ୍ରରେ ରବୀନ୍ଦ୍ରଙ୍କ ପତ୍ନୀଙ୍କୁ ମାଡ଼ ମାରି  ଘରୁ ବାହାର କରି ଦେବା ସହ ଘରଟିକୁ ଭାଙ୍ଗି ଦେଲେ ।

ଏବେ ରବୀନ୍ଦ୍ରଙ୍କ ପରିବାର ମୁଣ୍ଡ ଉପରେ ଚାଳ ନାହିଁ। କାନ୍ଥ ଭାଙ୍ଗି ଲୋଟି ଯାଇଛି। ଘର ଭିତରେ ଥିବା ସାମଗ୍ରୀ ଛାରଖାର ହୋଇପଡ଼ିଛି । ଘର ସାରା ବିଞ୍ଚି ହୋଇ ପଡିଛି ଭାତ। ସବୁ ଆସବାପତ୍ରକୁ ଭାଙ୍ଗି ଦେଇଛନ୍ତି ଗାଁ ଲୋକେ। ଯେଉଁ ଘରେ ଗୋଟିଏ ପରିବାରର ହସ ଖୁସିର ସଂସାର ଚାଲିଥିଲା ମାତ୍ର କେଇ ମିନିଟରେ ସେଠି ତାଣ୍ଡବ ଲୀଳାର ଚିତ୍ର ଦେଖିବାକୁ ମିଳିଛି।

କେବଳ ଏତିକି ନୁହେଁ, ପ୍ରଧାନ ମନ୍ତ୍ରୀ ଆବାସ ପାଇଁ ରବୀନ୍ଦ୍ର ପାଇଥିବା ୩୫ ହଜାର ଟଙ୍କା କିସ୍ତି ମଧ୍ୟ ଗାଁ ଲୋକେ ଲୁଟି ନେଇଥିବା ସେ ରଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ଏପର୍ଯ୍ୟନ୍ତ ପୁଲିସ୍‌ କାହାକୁ ଗିରଫ କରି ନ ଥିବା ବେଳେ ଭୟ ଏବଂ ଆତଙ୍କରେ ରହୁଛନ୍ତି ଏହି ପରିବାର ।



from Odisha Reporter https://ift.tt/2VJ6pnW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages