କମଲନାଥ ସରକାରକୁ ଭାଙ୍ଗିବା ପାଇଁ ମିଡ୍‌ନାଇଟ୍‌ ଅପରେସନ୍‌! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 3, 2020

କମଲନାଥ ସରକାରକୁ ଭାଙ୍ଗିବା ପାଇଁ ମିଡ୍‌ନାଇଟ୍‌ ଅପରେସନ୍‌!

ଭୋପାଳ: ମଧ୍ୟପ୍ରଦେଶରେ ମଧ୍ୟରାତ୍ରୀରେ ରାଜନୀତିକ ଡ୍ରାମା। ମାର୍ଚ୍ଚ ୨୬ରେ ରାଜ୍ୟସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ଜୋର ଧରିଲା ଦଳ ବଦଳ ରାଜନୀତି। କମଲନାଥଙ୍କ ନେତୃତ୍ୱାଧୀନ ସରକାରକୁ ଭାଙ୍ଗିବା ପାଇଁ ବିଜେପି ୮ ବିଧାୟକଙ୍କୁ ହରିଆଣାକୁ ନେଇ ଯାଇ ହୋଟେଲରେ ଅଟକ ରଖିଥିବା କଂଗ୍ରେସ ଅଭିଯୋଗ କରିଛି। ମଧ୍ୟପ୍ରଦେଶ ଉଚ୍ଚଶିକ୍ଷା ମନ୍ତ୍ରୀ ଜିତୁ ପଟୱାରୀ ଏହା କହିଛନ୍ତି।

ରାଜ୍ୟରେ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ କହିଛନ୍ତି, ବହୁଜନ ସମାଜ ପାର୍ଟି (ବିଏସପି) ବିଧାୟକଙ୍କୁ ଏକ ଚାର୍ଟାର୍ଡ ବିମାନରେ ବିଜେପି ଦିଲ୍ଲୀ ନେଇଯାଇଛି। ସରକାର ଭାଙ୍ଗିବାକୁ ବିଜେପି ଷଡ଼ଯନ୍ତ୍ର କରୁଛି। ତେବେ କଂଗ୍ରେସର ଏହି ଅଭିଯୋଗକୁ ବିଜେପି ଖାରଜ କରିଛି।

ପଟୱାରୀ କହିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, ପୂର୍ବତନ ମନ୍ତ୍ରୀ ନରୋତ୍ତମ ମିଶ୍ର, ଭୂପେନ୍ଦ୍ର ସିଂ ଏବଂ ରାମପାଲ ସିଂଙ୍କ ସମେତ ବରିଷ୍ଠ ବିଜେପି ନେତାମାନେ  ଏହି ଷଡଯନ୍ତ୍ରରେ ସାମିଲ୍ ରହିଛନ୍ତି। ଷଡ଼ଯନ୍ତ୍ର କରି ବିଧାୟକଙ୍କୁ ହରିଆଣାର ଏକ ହୋଟେଲକୁ ନିଆଯାଇଛି। ବିଜେପି ନେତାମାନେ ହିଁ ବିଧାୟକଙ୍କୁ ହରିଆଣା ନେଇଯାଇଛନ୍ତି ବୋଲି ଷଡ଼ଯନ୍ତ୍ରର ଶିକାର ବିଧାୟକ ତାଙ୍କୁ କହିଛନ୍ତି ବୋଲି ପଟଓ୍ୱାରୀ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, “ଆମେ ସେମାନଙ୍କୁ ଫେରାଇ ଆଣିବାକୁ ଚେଷ୍ଟା କରୁଛୁ। ସେମାନଙ୍କ ମଧ୍ୟରୁ ଚାରିଜଣ ମଧ୍ୟ ଫେରି ଆସିଛନ୍ତି ବୋଲି ସେ କହିଛନ୍ତି।”

ଦିଗବିଜୟ ସିଂ ଏବଂ ତାଙ୍କ ମନ୍ତ୍ରୀ ପୁଅ ଜୟବର୍ଦ୍ଧନ ସିଂ ମଧ୍ୟ ବିଧାୟକଙ୍କୁ ଭେଟିବା ପାଇଁ ହରିଆଣା ହୋଟେଲରେ ପହଞ୍ଚିଥିଲେ। ଏହାପରେ ଗଣମାଧ୍ୟମକୁ ସୂଚନା ଦେଇ ସିଂ କହିଛନ୍ତି, “ବିଜେପି ଆମ ବିଧାୟକଙ୍କୁ ପ୍ରଲୋଭିତ କରୁଥିଲା ଏବଂ ସେମାନଙ୍କ ମଧ୍ୟରୁ କେତେକ ଫଶିଥିଲେ। ଆଇଟିସି ଗ୍ରାଣ୍ଡ ମାନସରରେ ପହଞ୍ଚିବା ପରେ ବିଧାୟକ ବିସାହୁଲାଲ ସିଂ, ରାମବାଇ ସିଂ ଏବଂ ଅନ୍ୟମାନଙ୍କ ସହ ଯୋଗାଯୋଗ କରିବାରେ ସଫଳ ହୋଇଥିଲେ। ପୋଲିସ ଏବଂ ହୋଟେଲ କର୍ମଚାରୀମାନେ କିନ୍ତୁ ଦେଖା କରାଇବାରେ ବାଧା ସୃଷ୍ଟି କରିଥିଲେ। ବିଏସପି ବିଧାୟକ ରାମବାଇ ସିଂ ଧମକ ସତ୍ତ୍ୱେ ଆମ ସହ ଫେରି ଆସିଛନ୍ତି। ଏହାବାଦ ୩ ବିଧାୟକଙ୍କୁ କର୍ଣ୍ଣାଟକ ନିଆଯାଇଛି”।

ଅନ୍ୟପଟେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ କହିଛନ୍ତି, “ସମସ୍ତ ସ୍ଥିତି ନିୟନ୍ତ୍ରଣରେ ଅଛି। ସେପରି କିଛି ହୋଇ ନାହିଁ। ବିଧାୟକମାନେ ଫେରି ଆସିବେ”। ହରିଆଣାକୁ ନିଆଯାଇଥିବା ଆଠ ଜଣ ବିଧାୟକଙ୍କ ମଧ୍ୟରୁ ଚାରିଜଣ କଂଗ୍ରେସର, ଜଣେ ସ୍ୱାଧୀନ ହୋଇଥିବାବେଳେ ବାକି ବିଏସପି ଏବଂ ଏସପି ବୋଲି ଜଣାପଡ଼ିଛି।

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, କଂଗ୍ରେସର ଅଭିଯୋଗ ସମ୍ପୂର୍ଣ୍ଣ ମିଛ। ଏଭଳି ମତ ଦେଇ ରାଜନୀତିରେ ହଟଚମଟ କରିବାକୁ ଚେଷ୍ଟା କରାଯାଉଛି। ସେହିପରି ବିଜେପି ଉପାଧ୍ୟକ୍ଷ ତଥା ବିଧାୟକ ରାମେଶ୍ୱର ଶର୍ମା କହିଛନ୍ତି, କଂଗ୍ରେସ ନେତାଙ୍କ ଏଭଳି ବିବୃତିକୁ ଲୋକମାନେ ଆଉ ଗମ୍ଭୀରତାର ସହ ଗ୍ରହଣ କରୁନାହାନ୍ତି।

ସୂଚନାଯୋଗ୍ୟ, ଯଦି ଏହି ଆଠ ବିଧାୟକ ପଟ ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରନ୍ତି ତାହେଲେ ସରକାର ଭାଙ୍ଗିବା କଷ୍ଟକର। ହେଲେ ଆଗକୁ ରାଜ୍ୟସଭା ନିର୍ବାଚନ ରହିଛି ସେ ଦୃଷ୍ଟିକୋଣରୁ ଏଭଳି ରାଜନୀତିକ ସ୍ଥିତିକୁ ଅଣଦେଖା କରିହେବ ନାହିଁ। କାରଣ ରାଜ୍ୟସଭା ନିର୍ବାଚନରେ ପ୍ରତ୍ୟେକ ବିଧାୟକଙ୍କ ଭୋଟର ମୂଲ୍ୟ ନିର୍ଭର କରେ କିଏ ଜିତିବ ଓ କିଏ ହାରିବ।



from Odisha Reporter https://ift.tt/2TjjBhE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages