ସୋମବାର ମଧ୍ୟପ୍ରଦେଶରେ ଆସ୍ଥା ଭୋଟ୍, କିଏ ମାରିବ ବାଜି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 14, 2020

ସୋମବାର ମଧ୍ୟପ୍ରଦେଶରେ ଆସ୍ଥା ଭୋଟ୍, କିଏ ମାରିବ ବାଜି?

ଭୋପାଲ: ସୋମବାର ଆସ୍ଥା ଭୋଟର ସମ୍ମୁଖୀନ ହେବେ ମଧ୍ୟପ୍ରଦେଶର କମଲନାଥ ସରକାର। ବିଳମ୍ୱିତ ରାତ୍ରିରେ ରାଜ୍ୟପାଳ ଲାଲଜି ଟଣ୍ଡନ ବାଚସ୍ପତି ନର୍ମଦା ପ୍ରସାଦ ପ୍ରଜାପତିଙ୍କ ସହ ଆଲୋଚନା କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶନାମା ସହିତ ରାଜ୍ୟପାଳ ଟଣ୍ଡନ ୧୬ ମାର୍ଚ୍ଚ ୨୦୨୦ ସକାଳ ୧୧ଟା ବେଳକୁ ବିଧାନସଭା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମେ ରାଜ୍ୟପାଳ ଅଭିଭାଷଣ ରଖିବେ। ଏହାପରେ ଆସ୍ଥା ଭୋଟ୍ ଦେବେ କମଲନାଥ ସରକାର। ସୋମବାର ସୁଦ୍ଧା ଏହି ପ୍ରକ୍ରିୟା ଶେଷ କରିବାକୁ ହେବ। ତାରିଖ ପରିବର୍ତ୍ତନ କରିହେବନି ବୋଲି ରାଜ୍ୟପାଳଙ୍କ ତରଫରୁ ନିର୍ଦ୍ଦେଶ ରହିଛି। ଆସ୍ଥା ଭୋଟ ବେଳେ ସମସ୍ତ ପ୍ରକ୍ରିୟା ଭିଡିଓ ରେକର୍ଡିଂ ହୋଇ ରହିବ ବୋଲି ନିର୍ଦ୍ଦେଶ ରହିଛି। ଏଥିସହ କମଲନାଥ ସରକାରଙ୍କ ୬ ମନ୍ତ୍ରୀଙ୍କୁ ବାଚସ୍ପତିଙ୍କ ପ୍ରସ୍ତାବ କ୍ରମେ ବହିଷ୍କାର କରାଯାଇଛି ବୋଲି ରାଜ୍ୟପାଳଙ୍କ ତରଫରୁ ବାଚସ୍ପତିଙ୍କୁ ଦିଆଯାଇଥିବା ଚିଠିରେ ଉଲ୍ଲେଖ ରହିଛି।

ତେବେ ରାଜ୍ୟରେ ଘୋଡ଼ା ବେପାର ହେବାର ସମ୍ଭାବନା ରହିଛି। ବିଜେପି କଂଗ୍ରେସ ବିଧାୟକଙ୍କୁ ବାଙ୍ଗାଲୋରର ଏକ ହୋଟେଲରେ ଅଟକ ରଖିଛି ବୋଲି ମୁଖ୍ୟମନ୍ତ୍ରୀ କମଲନାଥ ନିକଟରେ ରାଜ୍ୟପାଳଙ୍କୁ ଭେଟି କହିଥିଲେ। ଏହାପରେ ଶନିବାର କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଭେଟି ସମାନ କଥା ଦୋହରାଇଛନ୍ତି। ବାଙ୍ଗାଲୋରରେ ଅଟକ ଥିବା ବିଧାୟକଙ୍କୁ ମଧ୍ୟପ୍ରଦେଶରେ ପହଞ୍ଚାଇବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ଯଦି ବାଙ୍ଗାଲୋରରେ ଅଟକ ଥିବା ୨୨ ବିଧାୟକ ରାଜ୍ୟକୁ ଫେରିବେ ତାହେଲେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ତାଙ୍କୁ ଯୋଗାଇ ଦିଆଯିବ ବୋଲି କମଲନାଥ ଅମିତ ଶାହଙ୍କୁ ଆଶ୍ୱାସନା ଦେଇଛନ୍ତି।
ସୂଚନାଯୋଗ୍ୟ, ନିକଟରେ କଂଗ୍ରେସରୁ ଇସ୍ତଫା ଦେଇ ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ଯୋଗ ଦେଇଛନ୍ତି। ସିନ୍ଧିଆ ଦଳ ଛାଡ଼ିବା ପରେ କଂଗ୍ରେସର ୨୨ ବିଧାୟକ ଇସ୍ତଫା ଦେଇଛନ୍ତି। ତେବେ ବାଚସ୍ପତି ଏଯାଏ ଇସ୍ତଫା ପତ୍ର ଗ୍ରହଣ କରି ନାହାନ୍ତି।

କ’ଣ ରହିଛି ରାଜନୀତିକ ସମୀକରଣ?

୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭାରେ ଏବେ ୨୨୮ ଜଣ ବିଧାୟକ ରହିଛନ୍ତି। ସରକାର ଗଢ଼ିବା ପାଇଁ ୧୧୫ ବିଧାୟକଙ୍କ ସମର୍ଥନ ଆବଶ୍ୟକ ରହିଛି। ଏବେ କଂଗ୍ରେସ ସରକାର ପାଖରେ ୧୨୧ ଜଣ ବିଧାୟକଙ୍କ ସମର୍ଥନ ରହିଛି। ଯେଉଁଥିରେ ଚାରିଜଣ ସ୍ୱାଧୀନ, ଦୁଇଜଣ ବାହୁଜନ ସମାଜ ପାର୍ଟି (ବିଏସପି) ବିଧାୟକ ଏବଂ ଗୋଟିଏ ସମାଜବାଡି ପାର୍ଟି (ଏସପି) ବିଧାୟକ ରହିଛନ୍ତି। ଯଦି ବାଚସ୍ପତି ଏନପି ପ୍ରଜାପତି ବିଦ୍ରୋହୀ ୨୨ ବିଧାୟକଙ୍କ ଇସ୍ତଫା ଗ୍ରହଣ କରନ୍ତି, ତାହେଲେ କଂଗ୍ରେସ ପାଖରେ ୧୦୪ ବିଧାୟକ ରହିବେ। ସରକାର ଗଢ଼ିବା ପାଇଁ ୨୦୬ ରହିବ ମ୍ୟାଜିକ ନମ୍ୱର। କଂଗ୍ରେସ ପାଖରେ ମୋଟ୍ ବିଧାୟକ ରହିବେ ମାତ୍ର ୯୨ ଜଣ। ବିଜେପି ପାଖରେ ରହିବ ୧୦୭ ଜଣ। ଏହି ସ୍ଥିତିରେ ଯଦି କମଲନାଥ ସରକାର ଆସ୍ଥା ଭୋଟର ସମ୍ମୁଖୀନ ହେବେ ତାହେଲେ ସରକାର ଭାଙ୍ଗିବା ଏକ ପ୍ରକାର ନିଶ୍ଚିତ।

ନିକଟରେ କଂଗ୍ରେସର ବିଧାୟକ ଦଳ ବୈଠକ ବସିଥିଲା। ଏଥିରେ ଇସ୍ତଫା ଦେଇଥିବା ବିଧାୟକଙ୍କୁ ବାଦ୍ ଦେଇ ସମସ୍ତ ବିଧାୟକ ଯୋଗ ଦେଇଥିଲେ ବୋଲି କଂଗ୍ରେସ କହିଥିଲା। ହେଲେ ବିଏସପି ଓ ଏସପିର ମୋଟ୍ ଦୁଇ ବିଧାୟକ ବୈଠକରେ ସାମିଲ୍ ହୋଇନଥିବା ଜଣାପଡ଼ିଥିଲା।



from Odisha Reporter https://ift.tt/3a3j8pT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages