ତ୍ୱଚା ପାଇଁ ଉପକାରୀ ଅଟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 31, 2020

ତ୍ୱଚା ପାଇଁ ଉପକାରୀ ଅଟା

ଆମ ରୋଷେଇ ଘରଗୁଡ଼ିକରେ ରହୁଥିବା ବିଭିନ୍ନ ସାମଗ୍ରୀଗୁଡ଼ିକୁ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବି ବ୍ୟବହାର କରାଯାଏ। ସେଥିମଧ୍ୟରୁ ଗୋଟିଏ ହେଉଛି ଅଟା। ଏହା ତ୍ୱଚାକୁ ଉଜ୍ଜ୍ୱଳ କରିବାରେ ତଥା ଏହାର ଚମକ ବଢ଼ାଇବାରେ ବେଶ୍ ସାହାଯ୍ୟ କରିଥାଏ। ତା’ହେଲେ ଆସନ୍ତୁ ଜଣିବା ଅଟାକୁ ବ୍ୟବହାର କରି କେମିତି ଫେସ୍‌ ପ୍ୟାକ୍ ତିଆରି କରିପାରିବେ। ତା’ ସହିତ ସ୍କିନ୍ ଅନୁଯାୟୀ କେମିତି ଅଟାକୁ ବ୍ୟବହାର କରି ଫେସ୍ ପ୍ୟାକ୍ ପ୍ରସ୍ତୁତ କରି ହେବ, ସେ ବିଷୟରେ ବି ଜାଣି ନିଅନ୍ତୁ।

୧- ଯଦି ଆପଣଙ୍କ ତ୍ୱଚା ତେଲିଆ, ତା’ହେଲେ ଅଟା ସହିତ କ୍ଷୀର ମିଶାଇ ଫେସ୍ ପ୍ୟାକ୍ ପ୍ରସ୍ତୁତ କରନ୍ତୁ। ଦୁଇ ଚାମଚ (ଖାଇବା ପାଇଁ ବ୍ୟବହ୍ୟତ ଚାମଚ) ଅଟାରେ ଦୁଇ ଚାମଚ କ୍ଷୀର ମିଶାନ୍ତୁ। ଏହାକୁ ମୁହଁ ସହିତ ବେକରେ ମଧ୍ୟ ଲଗାନ୍ତୁ ଓ ୧୫ ମିନିଟ୍ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ। ତା’ପରେ ଥଣ୍ଡା ପାଣିରେ ମୁହଁକୁ ଧୋଇ ଦିଅନ୍ତୁ।  ଦେଖିବା ତ୍ୱଚାରୁ ତେଲିଆ ଅଂଶ ଦୂର ହୋଇଯିବ।

୨- ଯଦି ଆପଣଙ୍କ ତ୍ୱଚା କ୍ଳାନ୍ତ ହୋଇଯାଇଛି, ତା’ହେଲେ ତାକୁ ଫ୍ରେଶ୍ କରି ପୂର୍ବ ଚମକ ଫେରାଇ ଆଣିବା ପାଇଁ ଅଟା, ଗୋଲାପ ଜଳ ଓ କ୍ଷୀରକୁ ମିଶାଇ ପେଷ୍ଟ ତିଆରି କରନ୍ତୁ। ଏହାକୁ ମୁହଁରେ ଓ ବେକରେ ଲଗାନ୍ତୁ। ପରେ ଏହାକୁ ଥଣ୍ଡା ପାଣିରେ ସଫା କରି ଦିଅନ୍ତୁ। ଦେଖିବେ ତ୍ୱଚା ପୁଣି ସତେଜ ହୋଇଯିବ।

୩- ସେହିଭଳି ୨ ଚାମଚ ଅଟା, ୨ ଚାମଚ ଦହି ଓ ଏକ ଚାମଚ ମହୁକୁ ମିଶାଇ ଫେସ୍‌ ପ୍ୟାକ୍ ପ୍ରସ୍ତୁତ କରନ୍ତୁ। ଏହାକୁ ଏହାକୁ ମୁହଁ ଓ ବେକରେ ଲଗାନ୍ତୁ। ୨୦ ମିନିଟ୍ ପରେ ଏହାକୁ ଧୋଇ ଦିଅନ୍ତୁ। ଏହା ତ୍ୱଚାକୁ ହାଇଡ୍ରେଟ୍‌ କରିବ।



from Odisha Reporter https://ift.tt/342UJOF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages