କଟକ(ଓଡ଼ିଶା ରିପୋର୍ଟର): କଟକ ବଡ ମେଡିକାଲର ସ୍ୱତନ୍ତ୍ର ୱାର୍ଡରେ ଭର୍ତ୍ତି ହୋଇଥିବା ଦୁଇ ‘କରୋନା’ ସନ୍ଦିଗ୍ଧ ଦମ୍ପତ୍ତିଙ୍କ ସ୍ୱାବ ଆଜି ପରୀକ୍ଷା ପାଇଁ ପୁନେସ୍ଥିତ ଭାଇରୋଲୋଜି ଲାବକୁ ପଠାଯିବ। ପାରାଦୀପ ବନ୍ଦରରେ ଲାଗିଥିବା ଏକ ଜାହାଜରେ ଦୁଇ ‘କରୋନା’ ସନ୍ଦିଗ୍ଧ ଚିହ୍ନଟ ହୋଇଥିବା ଖବର ପ୍ରଚାରିତ ହେବା ପରେ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ଏହାପରେ ଚିକିତ୍ସା ନିମନ୍ତେ ସେମାନଙ୍କୁ ଏସ୍ସିବିରେ ଭର୍ତ୍ତି କରାଯାଇଛି।
ସେମାନଙ୍କ ଘର ଉତ୍ତରପ୍ରଦେଶର କାନପୁର ଅଞ୍ଚଳରେ ବୋଲି ଜଣାପଡିଛି । ଜାହାଜରେ କାମ କରୁଥିବା ଇଞ୍ଜିନିୟରଜଣଙ୍କ କିଛି ଦିନ ଧରି ଥଣ୍ଡା ଓ କାଶରେ ପୀଡିତ ଥିଲେ। କିନ୍ତୁ କାଶ ଭଲ ନ ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଇଞ୍ଜିନିୟରଙ୍କ ପତ୍ନୀଙ୍କୁ ମଧ୍ୟ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି।
କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ କଟକ ବଡ ମେଡିକାଲରେ ସ୍ୱତନ୍ତ୍ର ୱାର୍ଡ କରାଯାଇଛି । ଏହି ୱାର୍ଡରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଠାକୁ ଆସୁଥିବା ସନ୍ଦିଗ୍ଦମାନେ ଯେପରି ଅନ୍ୟମାନଙ୍କ ସହ ନ ମିଶିବେ ସେଥିପ୍ରତି ନଜର ରଖାଯାଇଛି। ଏଥିସହ ଅନ୍ୟ ରୋଗୀମାନେ ମଧ୍ୟ ସେମାନଙ୍କ ସହ ଯେପରି ନମିଶି ପାରିବେ ସେ ନେଇ ଧ୍ୟାନ ଦିଆଯାଉଛି ।
from Odisha Reporter https://ift.tt/38nHfh2
No comments:
Post a Comment