ଭାରତ ଭାଇରସ ଯୁଦ୍ଧରେ ଜିତିବ ବୋଲି କହିଲା ଚାଇନା, ବଢ଼ାଇଲା ସହଯୋଗର ହାତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 25, 2020

ଭାରତ ଭାଇରସ ଯୁଦ୍ଧରେ ଜିତିବ ବୋଲି କହିଲା ଚାଇନା, ବଢ଼ାଇଲା ସହଯୋଗର ହାତ

ନୂଆଦିଲ୍ଲୀ: କରୋନା ଭାଇରସ ବିରୋଧରେ ଭାରତ ଆରମ୍ଭ କରିଥିବା ନିର୍ଣ୍ଣାୟକ ଲଢ଼େଇକୁ ଚାଇନା ସମର୍ଥନ କରିଛି। କରୋନା ବିରୋଧୀ ଲଢ଼େଇ ପାଇଁ ଭାରତ ସରକାର ୨୧ ଦିନିଆ ଲକଡାଉନ ଘୋଷଣା କରିବା ନିଷ୍ପତ୍ତିକୁ ମଧ୍ୟ ଚାଇନା ସ୍ୱାଗତ କରିଛି।

ଭାରତ ଭାଇରସ ବିରୋଧରେ ଆରମ୍ଭ କରିଥିବା ଲଢ଼େଇରେ ନିଶ୍ଚିତ ଖୁବଶୀଘ୍ର ବିଜୟ ହେବ ବୋଲି ମଧ୍ୟ ଚାଇନା ପକ୍ଷରୁ କୁହାଯାଇଛି। ଏଥିସହ ଭାରତକୁ ଏହି ଲଢ଼େଇରେ ସହଯୋଗ କରିବାକୁ ବେଜିଂ ହାତ ମଧ୍ୟ ବଢ଼ାଇଛି।

ନୂଆଦିଲ୍ଲୀରେ ଅବସ୍ଥିତ ଚାଇନିଜ ଦୂତାବାସ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଚାଇନାର କରୋନା ବିରୋଧୀ ଲଢ଼େଇ ସମୟରେ ଭାରତ ସହଯୋଗର ହାତ ବଢ଼ାଇ ଥିବାରୁ ଧନ୍ୟବାଦ। ଭାରତ ଏବେ ଭାଇରସ ବିରୋଧରେ ଲଢ଼େଇ ଆରମ୍ଭ କରିଛି। ଏଥିରେ ନୂଆଦିଲ୍ଲୀକୁ ଚାଇନା ସମସ୍ତ ପ୍ରକାରର ସହଯୋଗ କରିବ।

ଆମେ ଜାଣିଛୁ, ଭାରତ ଖୁବଶୀଘ୍ର ଏଥିରେ ବିଜୟୀ ହେବ। ଭାରତର ଏହି ଭାଇରସ ବିରୋଧରେ ଲଢ଼େଇରେ ସହଯୋଗ କରିବା ପାଇଁ ଚାଇନାର ଉଦ୍ୟୋଗୀମାନେ ଏବେଠାରୁ ଦାନ କରିବା ଆରମ୍ଭ କରିଛନ୍ତି। ଆମେ ଆହୁରି ଅନେକ ସହଯୋଗ କରିବାକୁ ରାଜି ଅଛୁ। ଭାରତ ଯାହା ବି ସହଯୋଗ ଚାହିଁବ, ତା’ହା ଯୋଗାଇ ଦେବାକୁ ଚାଇନା ସର୍ବଦା ପ୍ରତିଶ୍ରୁତିବଦ୍ଧ।

ମହାମାରୀ କରୋନାକୁ ନେଇ ଦୁଇ ଦେଶ ପରସ୍ପର ସହ ଆଲୋଚନା କରୁଛନ୍ତି। ଏଥିସହ ପରସ୍ପରକୁ ସହଯୋଗ କରି ଏହା ବିରୋଧରେ ଲଢ଼େଇ କରୁଛନ୍ତି। ଚାଇନାରେ କରୋନା ଭାଇରସ ପ୍ରଳୟ କରୁଥିବା ବେଳେ ଭାରତ ସରକାର ମେଡିକାଲ ସାମଗ୍ରୀ ଯୋଗାଇ ଦେଇଥିଲେ।

ବିଭିନ୍ନ ଉପାୟରେ ଭାରତୀୟମାନେ ଚାଇନାକୁ କରୋନା ବିରୋଧୀ ଲଢ଼େଇ ବେଳେ ସହଯୋଗ କରିଛନ୍ତି। ଏଥିପାଇଁ ଆମେ ସରକାର ଓ ଭାରତୀୟଙ୍କୁ କୃତଜ୍ଞତା ଜଣାଉଛୁ। ମହାମାରୀକୁ କେମିତି ରୋକା ଯାଇପାରିବ, ସେକଥା ଆମେ ସମୟପୂର୍ବରୁ ଆମ ଅଭିଜ୍ଞତା ସହ ଭାରତ ସହ ଆଦାନ ପ୍ରଦାନ କରିସାରିଛୁ।

ଭିଡିଓ କନଫରେନ୍ସିଂ ଜରିଆରେ ଭାରତକୁ ଭାଇରସର ମୁକାବିଲା କେମିତି କରାଯିବ, ସେକଥା ମଧ୍ୟ କହିଛୁ ବୋଲି ଏଥିରେ କୁହାଯାଇଛି।



from Odisha Reporter https://ift.tt/2vQo3LV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages