ପରିବା ମାର୍କେଟରେ ସାମାଜିକ ଦୂରତ୍ୱ ପାଇଁ ପଡ଼ିଲା ଗାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 25, 2020

ପରିବା ମାର୍କେଟରେ ସାମାଜିକ ଦୂରତ୍ୱ ପାଇଁ ପଡ଼ିଲା ଗାର

ହାଇଦ୍ରାବାଦ: କରୋନା ଭାଇରସର ମୁକାବିଲା ପାଇଁ ସାମାଜିକ ଦୂରତ୍ୱ ହିଁ ଏକମାତ୍ର ମାଧ୍ୟମ। ତେବେ ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ପରିବା ମାର୍କେଟରେ ସାମାଜିକ ଦୂରତ୍ୱକୁ ଆଦୌ ପାଳନ କରାଯାଉନାହିଁ। ଏହି କାରଣରୁ ସେଠାରେ କରୋନା ବ୍ୟାପିବାର ଆଶଙ୍କା ବୃଦ୍ଧି ପାଉଛି।

ଦେଶରେ ଲକଡାଉନ ଘୋଷଣା ହୋଇଥିବା ବେଳେ ପରିବା ଭଳି ଜରୁରୀ ସାମଗ୍ରୀ ମିଳୁଥିବା ଦୋକାନଗୁଡ଼ିକ ଖୋଲା ରହିଛି। ତେବେ ପରିବା ମାର୍କେଟରେ ମଧ୍ୟ ସାମାଜିକ ଦୂରତ୍ୱ ପାଇଁ ଆନ୍ଧ୍ର ପ୍ରଦେଶ ପ୍ରଶାସନ ଅଭିନବ ପ୍ରୟାସ କରିଛି। ରାଜ୍ୟରେ ଥିବା ସମସ୍ତ ପରିବା ମାର୍କେଟରେ ସାମାଜିକ ଦୂରତ୍ୱ ପାଇଁ ପ୍ରଶାସନ ପକ୍ଷରୁ ଗ୍ରାହକଙ୍କ ପାଇଁ ଚାରି କୋଣିଆ ଗାର ଟଣା ଯାଇଛି।

ଗାର ଟଣା ଯାଇଥିବା ଅଞ୍ଚଳ ମଧ୍ୟରେ ଏକ ମିଟର ଦୂରତା ଅବଲମ୍ବନ କରାଯାଇଛି। ଗ୍ରାହକମାନେ ସେଠାରେ ଛିଡ଼ା ହୋଇ ଓ ଭିଡ଼ ନ କରି ନିଜର ଆବଶ୍ୟକ ମୁତାବକ ସାମଗ୍ରୀ କିଣିପାରିବେ ବୋଲି କୁହାଯାଇଛି।

ଆଜି ଲୋକମାନେ ମଧ୍ୟ ଗାର ମଧ୍ୟରେ ଛିଡ଼ା ହୋଇ ପରିବା କିଣୁ ଥିବା ଦେଖିବାକୁ ମିଳିଛି। ଆନ୍ଧ୍ର ପ୍ରଦେଶରେ ଏଯାଏ ୧୦ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।



from Odisha Reporter https://ift.tt/2JlGB9H

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages