କରୋନା: ୨୫ ଯାଏ ଟ୍ରେନ୍ ଚଳାଚଳ ବନ୍ଦ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 22, 2020

କରୋନା: ୨୫ ଯାଏ ଟ୍ରେନ୍ ଚଳାଚଳ ବନ୍ଦ!

ନୂଆଦିଲ୍ଲୀ: କରୋନା ଭୂତାଣୁର ସଂକ୍ରମଣ ରୋକିବା ଦିଗରେ ସରକାର ବଡ଼ ବଡ଼ ପଦକ୍ଷେପ ନେଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁରୋଧ କ୍ରମେ ଆଜି ସକାଳ ୭ରୁ ଦେଶବାସୀ ‘ଜନତା କଫ୍ୟୁ’ରେ ସାମିଲ ହୋଇଛନ୍ତି ଏବଂ ରାତି ୯ ପର୍ଯ୍ୟନ୍ତ ଏହା ଚାଲିବ। ଆଜି ଜରୁରୀକାଳୀନ ଓ ଗୁରୁତ୍ୱପୂର୍ଣ୍ଣ ସେବା ବ୍ୟତୀତ ସବୁକିଛି ବନ୍ଦ ରହିଛି। ଅପରପକ୍ଷେ ଦେଶରେ କରୋନା ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ରେଲଓ୍ୱେ ପକ୍ଷରୁ ମଧ୍ୟ ବଡ଼ ପଦକ୍ଷେପ ନିଆଯାଇପାରେ। ଭାରତୀୟ ରେଲଓ୍ୱେ ପକ୍ଷରୁ ଆସନ୍ତା ୨୫ ପର୍ଯ୍ୟନ୍ତ ସମସ୍ତ ଟ୍ରେନ ଚଳାଚଳକୁ ବନ୍ଦ କରାଯିବ ବୋଲି ସୂତ୍ରରୁ ଜଣାପଡ଼ିଛି

ସୂତ୍ର ଅନୁଯାୟୀ, ବର୍ତ୍ତମାନ ଦେଶରେ କେବଳ ୪୦୦ମେଲ୍ ଏକ୍ସପ୍ରେସ୍ ଚାଲୁଛି। ଏଗୁଡ଼ିକ ନିଜ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିଯିବା ପରେ ସାରା ଦେଶରେ ସମସ୍ତ ଟ୍ରେନ୍ ଚଳାଚଳ ବନ୍ଦ କରିଦିଆଯିବ। ଏହାସହ ଦେଶର ସବୁ ବଡ଼ ବଡ଼ ଷ୍ଟେଶନଗୁଡ଼ିକୁ ଖାଲି କରିଦିଆଯିବ। ଆଜି ଭାରତୀୟ ରେଲଓ୍ୱେ ବୋର୍ଡର ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଥିବା ବେଳେ ଆଜି ହିଁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇପାରେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ତେବେ ମାର୍ଚ୍ଚ ୨୫ରେ ପୁଣି ବୋର୍ଡ ପକ୍ଷରୁ ସ୍ଥିତି ସମୀକ୍ଷା କରାଯିବ ଏବଂ ଆବଶ୍ୟକ ପଡ଼ିଲେ ରେଳ ସେବାକୁ ଅଧିକ ଦିନ ପର୍ଯ୍ୟନ୍ତ ମଧ୍ୟ ବନ୍ଦ କରାଯାଇପାରେ ବୋଲି ଜଣାପଡ଼ିଛି।

ପ୍ରକାଶ ଥାଉ କି, କରୋନା ଭୂତାଣୁ ସଂକ୍ରମଣ ଭାରତରେ ମଧ୍ୟ ବଢ଼ି ବଢ଼ି ଚାଲିଛି। ସାରା ଦୁନିଆ ଏହାର ସମାଧାନ ପଛରେ ଦିନରାତି ପରିଶ୍ରମ କରୁଥିବା ବେଳେ ଭାରତ ସରକାର ମଧ୍ୟ ଦେଶବାସୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହି କ୍ରମରେ ବିଭିନ୍ନ ରାଜ୍ୟରେ ସମ୍ବେଦନଶୀଳ ଜିଲ୍ଲାଗୁଡ଼ିକୁ ଲକ୍ ଡାଉନ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଆଜିଠାରୁ 29 ତାରିଖ ରାତି 9ଟା ପର୍ଯ୍ୟନ୍ତ ଓଡ଼ିଶାର ୫ ଜିଲ୍ଲା ଓ ୮ ସହରରେ ଲକ୍ ଡାଉନ୍ ଘୋଷଣା କରାଯାଇଛି।



from Odisha Reporter https://ift.tt/3abbrh9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages