କରୋନା ପ୍ରଭାବ; ମୋଦିଙ୍କ ସହାୟତା ଲୋଡ଼ିଲେ ଶିଳ୍ପ ସଂଗଠନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 23, 2020

କରୋନା ପ୍ରଭାବ; ମୋଦିଙ୍କ ସହାୟତା ଲୋଡ଼ିଲେ ଶିଳ୍ପ ସଂଗଠନ

ନୂଆଦିଲ୍ଲୀ: ସୋମବାର ବିଭିନ୍ନ ଶିଳ୍ପ ସଂଗଠନର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏମାନଙ୍କ ମଧ୍ୟରେ ଏଏସ୍‌ଏସ୍‌ଓସିଏଚ୍‌ଏଏମ୍‌, ଏଫ୍‌ଆଇସିସିଆଇ, ସିଆଇଆଇ ଏବଂ ଅନ୍ୟ କିଛି ସଂଗଠନ କରୋନାର ଶିଳ୍ପ ଉପରେ ପ୍ରଭାବ ନେଇ ଆଲୋଚନା କରିଛନ୍ତି। ଭିଡିଓ କନ୍‌ଫରେନ୍ସିଂ ଯୋଗେ ଆୟୋଜିତ ଏହି ବୈଠକରେ କରୋନା କାରଣରୁ ବୃଦ୍ଧି ପାଉଥିବା କ୍ଷତି ବାବଦରେ ଆଲୋଚନା ହୋଇଥିଲା। ସଂଗଠନଗୁଡ଼ିକ ଏହି କାରଣରୁ ସରକାରୀ ସହାୟତା ଦାବି କରିଛନ୍ତି।

ଏହି ବୈଠକରେ ପ୍ରିନ୍ସିପାଲ ସେକ୍ରେଟାରୀ, କ୍ୟାବିନେଟ୍‌ ସେକ୍ରେଟାରୀ, ଡିପାର୍ଟମେଣ୍ଟ ଫର ପ୍ରମୋସନ୍‌ ଅଫ୍ ଇଣ୍ଡଷ୍ଟ୍ରୀଜ୍‌ ସେକ୍ରେଟାରୀ ଏବଂ ଣ୍ଟରନାଲ ଟ୍ରେଡ୍‌ ସେକ୍ରେଟାରୀ ଆଦି ଯୋଗ ଦେଇଥିଲେ। ମୋଦି ଏଥିରେ ଯୋଗଦେଇ କହିଥିଲେ, ସରକାର ସଙ୍କଟ ସମୟରେ କମ୍ପାନୀଙ୍କୁ ବଞ୍ଚାଇବାକୁ କାର୍ଯ୍ୟ କରୁଛନ୍ତି।

ସେ କହିଥିଲେ, ବିଶ୍ୱଯୁଦ୍ଧରେ ଯେଉଁ ସ୍ଥିତି ଉପୁଜିଥିଲା ତା’ଠାରୁ ଏହି ମହାମାରୀ ଅଧିକ ଭୟଙ୍କର। କୋଭିଡ୍‌-୧୯ ବ୍ୟାପୁଥିବା ନେଇ ସ୍ଥିତି ଉପରେ ଲଗାତାର ନଜର ରଖିବାକୁ ହେବ। ସୂଚନାଯୋଗ୍ୟ ଯେ, ଦେଶର ୫୦୦ରୁ ଊର୍ଦ୍ଧ୍ୱ ଜିଲ୍ଲାରେ କଟକଣା କାରଣରୁ ପର୍ଯ୍ୟଟନ, ଆତିଥ୍ୟ, ବିମାନ ସେବା, ରେଷ୍ଟୁରାଣ୍ଟ ବ୍ୟବସାୟ ବର୍ତ୍ତମାନ ଗଭୀର ଭାବେ ପ୍ରଭାବିତ ହେଉଛି।

ନ୍ୟାସନାଲ ରେଷ୍ଟୁରାଣ୍ଟ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ କୁହାଯାଇଛି, ଜିଏସ୍‌ଟି, ଅଗ୍ରୀମ ଟିକସ, ଉତ୍ପାଦ ଶୁଳ୍କ, ରାଜ୍ୟ ସରକାର କରୁଥିବା ମଦ ଲାଇସେନ୍ସ ନବୀକରଣ, ଭ୍ୟାଟ୍‌ ଆଦିକୁ ୬ ମାସ ବା ବର୍ଷେ ଯାଏ ଘୁଞ୍ଚାଇ ଦିଆଯାଉ। ସେମାନେ କର୍ମଚାରୀଙ୍କ ପାଇଁ ଅନ୍‌ଏମ୍ପ୍ଲୟମେଣ୍ଟ ପେ’ କଭର ପାଇଁ ଦାବି କରିଛନ୍ତି। ସେମାନେ ଏସ୍‌ଆଇସି ବା ଅନ୍ୟ ଜନମଙ୍ଗଳକାରୀ ସ୍କିମ୍‌ରେ ସାମିଲ ହୋଇପାରିବେ ବୋଲି କୁହାଯାଇଛି।



from Odisha Reporter https://ift.tt/2WCKdMt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages