ଗୁଣି ଗାରେଡ଼ି ସନ୍ଦେହରେ ମୁଣ୍ଡଗଣ୍ଡି ଅଲଗା କରି ଦେଇଥିଲେ, ଧରାପଡ଼ିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 25, 2020

ଗୁଣି ଗାରେଡ଼ି ସନ୍ଦେହରେ ମୁଣ୍ଡଗଣ୍ଡି ଅଲଗା କରି ଦେଇଥିଲେ, ଧରାପଡ଼ିଲେ

ବାଲିଗୁଡ଼ା (ଅଜିତ ନାୟକ): ଗତ ୬ ତାରିଖରେ କନ୍ଧମାଳ ଜିଲ୍ଲା ସିନ୍ଦ୍ରୀଗାଁର ଏକ ପୋଖରୀରୁ ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ୍‌। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଗୁଣିଗାରେଡ଼ି ସନ୍ଦେହରେ ସେମାନେ ଏହି ହତ୍ୟାକାଣ୍ଡ ଘଟାଇଥିବା ଜଣାପଡ଼ିଛି।

ଅଭିଯୁକ୍ତମାନେ ହେଲେ ବିଲୁପଡ଼ା ଗାଁର ନବ କିଶୋର ମଲିକ, ଜାକରା ଦିଗାଲ, ପାଦ୍ରୀପଡ଼ା ଗାଁର ମଣ୍ଟୁ ଦିଗାଲ ଓ ସୁବାସ ଦିଗାଲ। ସେମାନଙ୍କ ଠାରୁ ହତ୍ୟାରେ ବ୍ୟବହୃତ ହୋଇଥିବା ଛୁରୀ ସହିତ ଏକ ଅଟୋ ଓ ବାଇକ୍‌କୁ ଜବତ କରାଯାଇଛି।

ମୃତ ଯୁଧିଷ୍ଠିର ମଲିକଙ୍କ ଗାଁ ବି ବିଲୁପଡ଼ାରେ। ୬ ତାରିଖରେ ତାଙ୍କୁ ବିଲୁପଡ଼ାରେ ଏହି ୪ ଅଭିଯୁକ୍ତ ହତ୍ୟା କରିଥିଲେ। ପରେ ଗଣ୍ଡିରୁ ମୁଣ୍ଡକୁ ଅଲଗା କରି ଦେଇଥିଲେ। ଗଣ୍ଡିକୁ ଅଟୋ ସାହାଯ୍ୟରେ ନେଇ ସିନ୍ଦ୍ରୀଗାଁର ଏକ ପୋଖରୀରେ ଫୋପାଡ଼ି ଦେଇଥିଲେ। ପୋଖରୀରୁ ବାଲିଗୁଡ଼ା ପୁଲିସ୍ ମୁଣ୍ଡ ବିହୀନ ମୃତଦେହ ଜବତ କରିବା ପରେ ଘଟଣାର ତଦନ୍ତ କରି ଏହା ଯୁଧିଷ୍ଠିର ମଲିକଙ୍କର ବୋଲି ଜାଣିବାକୁ ପାଇଥିଲା। ଏହା ପରେ ତଦନ୍ତ ପରିସରକୁ ବଢ଼ାଇ ପୁଲିସ୍ ଏହି ଚାରି ଜଣ ଅଭିଯୁକ୍ତ ଗୁଣି ଗାରେଡ଼ି ସନ୍ଦେହରେ ତାଙ୍କୁ ହତ୍ୟା କରିଥିଲେ ବୋଲି ଜାଣିବାକୁ ପାଇଥିଲା।



from Odisha Reporter https://ift.tt/2y2tt73

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages