ଦାନ କଲେ ଶିଳ୍ପା ଓ ତାଙ୍କ ସ୍ୱାମୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 29, 2020

ଦାନ କଲେ ଶିଳ୍ପା ଓ ତାଙ୍କ ସ୍ୱାମୀ

ମୁମ୍ବାଇ: ‘କରୋନା’ ବିରୋଧରେ ଚାଲିଥିବା ଲଢ଼େଇରେ ଦେଶବାସୀଙ୍କୁ ତଥା ସରକାରଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ଅନେକ ବଲିଉଡ୍ କଳାକାର। ସେମାନେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଖୋଲାଯାଇଥିବା ‘ପିଏମ୍‌-କେୟାରସ୍‌ ଫଣ୍ଡ’କୁ ଦାନ କରୁଛନ୍ତି। ଅକ୍ଷୟ କୁମାର, ବରୁଣ ଧୱନଙ୍କ ଭଳି ଏଥିରେ ଦାନ କରିଥିବା ବେଳେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଓ ତାଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରା ମଧ୍ୟ ଦାନ କରିଛନ୍ତି। ସେମାନେ ‘ପିଏମ୍‌-କେୟାରସ୍‌ ଫଣ୍ଡ’କୁ ୨୧ ଲକ୍ଷ ଟଙ୍କା ଦେଇଛନ୍ତି। ଏନେଇ ଶିଳ୍ପା ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି।
ସେ ଟ୍ୱିଟ୍ କରି ଲେଖିଛନ୍ତି- ବର୍ତ୍ତମାନ ଆମ ଦେଶ ଓ ଦେଶବାସୀ ଆମକୁ ଆବଶ୍ୟକ କରୁଛି। ଆମ ଦାୟିତ୍ୱ ନିର୍ବାହ କରିବାର ଏହା ହେଉଛି ସମୟ। ରାଜ୍ କୁନ୍ଦ୍ରା ଓ ମୁଁ ନରେନ୍ଦ୍ର ମୋଦିଜୀଙ୍କ ‘ପିଏମ୍‌-କେୟାରସ୍‌ ଫଣ୍ଡ’କୁ ୨୧ ଲକ୍ଷ ଦେଇଛୁ। ବୁନ୍ଦା ବୁନ୍ଦା ଜଳ ମିଶି ସମୁଦ୍ର ହୁଏ। ତେଣୁ ଏହି ପରିସ୍ଥିତି ସହ ଲଢ଼େଇ କରିବାକୁ ସମସ୍ତେ ସହଯୋଗ କରିବାକୁ ମୁଁ ନିବେଦନ କରୁଛି।
ସୂଚନାଯୋଗ୍ୟ, ଅକ୍ଷୟ କୁମାର ‘ପିଏମ୍‌-କେୟାରସ୍‌ ଫଣ୍ଡ’କୁ ୨୫ କୋଟି ଟଙ୍କା ଦାନ କରିଛନ୍ତି। ସେହିଭଳି ବରୁଣ ଧୱନ ୩୦ ଲକ୍ଷ ଟଙ୍କା ଦେଇଛନ୍ତି।


from Odisha Reporter https://ift.tt/3axKm88

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages