ମାଲକାନଗିରିରେ ମୃଦୁ ଭୂମିକମ୍ପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 20, 2020

ମାଲକାନଗିରିରେ ମୃଦୁ ଭୂମିକମ୍ପ

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ସ୍ଥାନୀୟ ନାୟକଗୁଡ଼ାରୁ କୋରକୋଣ୍ଡା ଅଞ୍ଚଳରେ ମୃଦୁ ଭୂମିକମ୍ପ ଝଟକା ହୋଇଥିବା ଜଣାପଡ଼ିଛି। ଭୂମିକମ୍ପର କେନ୍ଦ୍ର ଛତିଶଗଡ଼ର ଦକ୍ଷିଣ-ପଶ୍ଚିମ ଜଗଦଲପୁର ଅଞ୍ଚଳରେ ବୋଲି ସୂଚନା ମିଳିଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ଥିବା ମାଲକାନଗିରି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଆଜି ଦିନ ୧୧ଟା ୧୫ ମିନିଟ୍‌ ସମୟରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା। ଦୁଇ ଥର ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ଏଥିଯୋଗୁ କିଛି ଘରର କାନ୍ଥ ଫାଟି ଯାଇଛି। ଭୂମିକମ୍ପ ଅନୁଭୂତ ହେବା ସମୟରେ ଲୋକମାନେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ।



from Odisha Reporter https://ift.tt/3diCj0U

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages