ବୟସ ୭୦ ଟପିଲାଣି, ହେଲେ ମିଳୁନି ବାର୍ଦ୍ଧକ୍ୟ ଭତ୍ତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 21, 2020

ବୟସ ୭୦ ଟପିଲାଣି, ହେଲେ ମିଳୁନି ବାର୍ଦ୍ଧକ୍ୟ ଭତ୍ତା

କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍‌ ଅନ୍ତର୍ଗତ ଯାମଖୁଣ୍ଟା ପଞ୍ଚାୟତର କାଳଖୁଟ ଗାଁରେ ରୁହନ୍ତି ଟେଟେଙ୍ଗ ତାଣ୍ଡି। ବୟସ ପ୍ରାୟ ୭୩ ହେବ। ହେଲେ ଆଜି ପର୍ଯ୍ୟନ୍ତ ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା  ମିଳି ପାରି ନାହିଁ।  ଏନେଇ ସେ ବାରମ୍ୱାର ସରପଞ୍ଚ ଓ ବିଡିଓଙ୍କୁ ଦରଖାସ୍ତ କରିଛନ୍ତି। ହେଲେ ବାର୍ଦ୍ଧକ୍ୟ ଭତ୍ତା ମିଳି ନଥିବା ସେ ଅଭଯୋଗ କରିଛନ୍ତି।

ଟେଟେଙ୍ଗ ତାଣ୍ଡି କହିଛନ୍ତି, “ମୋତେ ଭତ୍ତା ମିଳୁନି।  ୭ରୁ ୮ ଥର ଫର୍ମ ପୂରଣ କରି ଦେଇଛି, ହେଲେ ଭତ୍ତା ଟଙ୍କା ମିଳି ପାରୁ ନାହିଁ। ମୁଁ ମରିଗଲେ ଭତ୍ତା ମିଳିଲେ କିଏ ଖାଇବ।”

କେବଳ ଟେଟେଙ୍ଗ ତାଣ୍ଡି ନୁହନ୍ତି, କାଳଖୁଟ ଗାଁର ଅତବଲ ମାଝୀଙ୍କୁ ମଧ୍ୟ ଆଜି ଯାଏ ବାର୍ଦ୍ଧକ୍ୟ ଭତ୍ତା ମିଳି ପାରି ନାହିଁ।  ସେ ଏନେଇ ସରପଞ୍ଚ, ଜିଲ୍ଲାପାଳ ଓ ବଙ୍ଗୋମୁଣ୍ଡା ବିଡିଓଙ୍କୁ  ବାରମ୍ୱାର ଜଣାଇଥିଲେ ମଧ୍ୟ କେହି ତାଙ୍କ ଗୁହାରି ଶୁଣୁ ନଥିବା ସେ ଅଭିଯୋଗ କରିଛନ୍ତି।

ଅତବଲ କହିଛନ୍ତି, “ଭତ୍ତା ନେଇ ଆମେ ଜିଲ୍ଲାପାଳ, ବିଡିଓଙ୍କୁ ଜଣାଇଛୁ। ହେଲେ ଆମ କଥା କେହି ଶୁଣୁ ନାହାନ୍ତି।”

ଟେଟେଙ୍ଗ ଓ ଅତବଲଙ୍କ ଭଳି ଏହି ଗାଁର ପ୍ରାୟ ୪୦ ଜଣ ବୃଦ୍ଧବୃଦ୍ଧା ବାର୍ଦ୍ଧକ୍ୟ ଭତ୍ତା ପାଇପାରୁ ବଞ୍ଚିତ ହୋଇଛନ୍ତି। ଯାମଖୁଣ୍ଟା ପଞ୍ଚାୟତଟି ବଲାଙ୍ଗିର ଜିଲ୍ଲାର ଶେଷ ସୀମାରେ ରହିଥିବାରୁ ଏଠାରେ ପ୍ରଶାସନର ଦୃଷ୍ଟି ପଡୁ ନଥିବା ଲୋକ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ବଙ୍ଗୋମୁଣ୍ଡା ବ୍ଲକ୍‌ର ୨୬ଟି ପଞ୍ଚାୟତର ବହୁତ ଲୋକ ବାର୍ଦ୍ଧକ୍ୟ ଭତ୍ତା ପାଇ ନଥିବାରୁ  ପ୍ରଶାସନ ପକ୍ଷରୁ ତୁରନ୍ତ ଦୃଷ୍ଟି ଦିଆଯାଇ ସେମାନଙ୍କୁ ଏହି ସେବା ପ୍ରଦାନ କରିବାକୁ ସାଧାରଣରେ ଦାବି ହୋଇଛି।

ବଙ୍ଗୋମୁଣ୍ଡା ବିଡିଓ ରିପୁନାଥ ସୁନା କହିଛନ୍ତି, “ଏଭଳି ଅଭିଯୋଗ ମୋ ପାଖକୁ ଆସିଛି। ପଞ୍ଚାୟତରୁ ଠିକ୍ ତଥ୍ୟ ଆସୁ ନଥିବାରୁ ଏଭଳି ଅସୁବିଧା ହେଉଛି। ଯେତେ ଶୀଘ୍ର ହେବ ସେମାନଙ୍କ ଦରଖାସ୍ତ ସଂଗ୍ରହ କରି ପଦକ୍ଷେପ ନିଆଯିବ।”



from Odisha Reporter https://ift.tt/39afsRL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages