ଲକ୍ଷ୍ମୌ: ମହାମାରୀ କରୋନା ପ୍ରଭାବରେ ଦୋକାନା ବଜାର ସାଙ୍ଗକୁ ବ୍ୟବସାୟ ଠପ୍ ହୋଇ ପଡ଼ିଛି। ଏଭଳି ସ୍ଥିତିରେ ଦିନ ମଜୁରିଆ ଓ ଛୋଟ ବ୍ୟବସାୟୀଙ୍କ ପାଇଁ ଆର୍ଥିକ ସହଯୋଗର ହାତ ବଢ଼ାଇଛନ୍ତି ଉତ୍ତର ପ୍ରଦେଶ ସରକାର। ପ୍ରତିଦିନ ହଜାରେ ଟଙ୍କା ଲେଖାଏଁ ରାଜ୍ୟର ୩୫ ଲକ୍ଷ ଲୋକଙ୍କୁ ଦିଆଯିବ ବୋଲି ଯୋଗୀ ସରକାର ନିଷ୍ପତ୍ତି ନେଇଛନ୍ତି।
ଏହି ୩୫ ଲକ୍ଷ ଲୋକଙ୍କ ମଧ୍ୟରେ ୨୦,୩୭,୦୦୦ ଦିନ ମଜୁରିଆ ଏବଂ ରିକ୍ସା ଚାଳକ ରହିଥିବା ବେଳେ ୧୫ ଲକ୍ଷ ଲୋକ ଛୋଟ ଦୋକାନ ଖୋଲି ବ୍ୟବସାୟ କରନ୍ତି। ଶନିବାର ସକାଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘୋଷଣା କରି କହିଛନ୍ତି। ଯେଉଁମାନେ ଶ୍ରମ ବିଭାଗରେ ପଞ୍ଜିକରଣ କରିଥିବେ ସେମାନେ ସରକାରଙ୍କ ଏହି ଯୋଜନାର ଲାଭ ଉଠାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସାରା ଦେଶରେ ଏବେ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଯାବତ ୨୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଉତ୍ତର ପ୍ରଦେଶରୁ କେବଳ ୨୪ ଜଣ ଚିହ୍ନଟ ହୋଇଛନ୍ତି।
from Odisha Reporter https://ift.tt/2xceGq4
No comments:
Post a Comment