୨ ହଜାର ୮୫୬ ଜଣ ବିଦେଶ ଫେରନ୍ତାଙ୍କ ପତ୍ତା ମିଳୁନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 29, 2020

୨ ହଜାର ୮୫୬ ଜଣ ବିଦେଶ ଫେରନ୍ତାଙ୍କ ପତ୍ତା ମିଳୁନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଏଯାଏ ୨ ହଜାର ୮୫୬ ଜଣ ବିଦେଶ ଫେରନ୍ତାଙ୍କ ସହ ଯୋଗାଯୋଗ କରିପାରିନାହାନ୍ତି। ଗତ ୧୪ ଦିନ ମଧ୍ୟରେ ୨ ହଜାର ୮୫୬ ଜଣ ବିଦେଶରୁ ଫେରିଥିଲେ।  ତେବେ ଜିଲ୍ଲାସ୍ତରୀୟ ସର୍ଭେଇଲାନ୍ସ ଟିମ୍ ସେମାନଙ୍କ ସହ ଯୋଗାଯୋଗ କରିପାରିନାହିଁ।

ଏହାକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ତୁରନ୍ତ ସେମାନଙ୍କ ସହ ଯୋଗାଯୋଗ କରିବାକୁ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ସ୍ୱାସ୍ଥ୍ୟ ବିଭାଗ  ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ ଚିଠି ଲେଖିଛନ୍ତି।

ଏହି ବିଦେଶ ଫେରନ୍ତାମାନେ ହୋମ୍ କ୍ୱାରେଣ୍ଟାଇନ ବା ଘରେ ସଂଗରୋଧରେ ନରହିଲେ ଅନ୍ୟମାନଙ୍କୁ ସଂକ୍ରମିତ  କରିବାର ଆଶଙ୍କା ରହିଛି। ତେଣୁ ସେମାନଙ୍କଠାରେ  ଲକ୍ଷଣ ପ୍ରକାଶ ପାଉ ନ ଥିଲେ ବି  ସେମାନଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

କରୋନା ପାଇଁ ଚାରିଆଡ଼େ ଜଟିଳ ସ୍ଥିତି ଦେଖାଦେଇଥିବା ବେଳେ ରାଜ୍ୟ ଯେପରି ଗୋଷ୍ଠୀ ସଂକ୍ରମଣ ଆଡ଼କୁ ଗତି  ନ କରେ ସେଥିପ୍ରତି ସରକାର ଗୁରୁତ୍ୱ ଦେଉଛନ୍ତି। ତେବେ ଏପରି ସ୍ଥିତିରେ ଏହା ଏକ ଚିନ୍ତାଜନକ ଖବର ଭାବେ ସାମ୍ନାକୁ ଆସିଛି।



from Odisha Reporter https://ift.tt/33TmDN8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages