ମେଲବର୍ଣ୍ଣ: ଆଜି ଟି-ଟ୍ୱେଣ୍ଟି ମହିଳା ବିଶ୍ୱକପର ଫାଇନାଲ ମ୍ୟାଚ। ଟସ୍ ଜିତି ଅଷ୍ଟ୍ରେଲିଆର କ୍ୟାପଟେନ ମେଗ୍ ଲାନିଙ୍ଗ୍ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଛନ୍ତି। ଫାଇନାଲ ମ୍ୟାଚରେ ଭାରତ ସହ ମୁହାଁମୁହିଁ ହେବାକୁ ଯାଉଛି ଅଷ୍ଟ୍ରେଲିଆ। ଚଳିତ ବିଶ୍ୱକପ ସିରିଜର ଭାରତ ଗୋଟିଏ ଦଳ ଯିଏକି ଏଯାବତ ଅପରାଜେୟ ରହିଛି।
ଅନ୍ତର୍ଜାତୀୟ ମହିଳା ଦିବସ ସହିତ ମହିଳା ବିଶ୍ୱକପର ଫାଇନାଲ ମ୍ୟାଚ ରହିଥିବାରୁ କ୍ରିକେଟ ପ୍ରେମୀ ଓ ସାରା ବିଶ୍ୱବାସୀଙ୍କ ମନରେ ଉତ୍କଣ୍ଠା ରହିଛି। ଏହାବାଦ୍ ଟିମ୍ ଇଣ୍ଡିଆର କ୍ୟାପଟେନ ହରମନପ୍ରୀତ କୌରଙ୍କର ଆଜି ୩୧ତମ ଜନ୍ମ ଦିନ। ତେଣୁ ଆଜିର ମ୍ୟାଚ୍ ଘରୋଇ ଅଷ୍ଟ୍ରେଲିଆ ଅପେକ୍ଷା ଭାରତ ପାଇଁ ବେଶ ଗୁରୁତ୍ୱବହନ କରୁଛି। ଅନ୍ୟପଟେ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ୮୦ ହଜାର ଦର୍ଶକ ଉପସ୍ଥିତ ରହିଥିବା ସୂଚନା ରହିଛି।
ସେହିପରି ଅଷ୍ଟ୍ରେଲିଆର ଟିମ୍ ପୂର୍ବରୁ ୪ଥର ବିଶ୍ୱକପ ବିଜୟୀ ହୋଇଛି। ସମସ୍ତ ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ବିଜୟୀ ହୋଇଥିବାରୁ ଚଳିତଥର ମଧ୍ୟ ସମାନ ଆଶା ରଖିଛି କଙ୍ଗାରୁ ଟିମ୍।
from Odisha Reporter https://ift.tt/334h7qK
No comments:
Post a Comment