କେଉଁ ରାଜ୍ୟରେ କେତେ କରୋନା ଆକ୍ରାନ୍ତ? ସୁସ୍ଥ ହେଲେଣି ୨୩ ଆକ୍ରାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 20, 2020

କେଉଁ ରାଜ୍ୟରେ କେତେ କରୋନା ଆକ୍ରାନ୍ତ? ସୁସ୍ଥ ହେଲେଣି ୨୩ ଆକ୍ରାନ୍ତ

ନୋଏଡା: ଦିଲ୍ଲୀର ନୋଏଡା ସେକ୍ଟର ୭୪ରେ ଥିବା କ୍ୟାପଟାଉନ ସୋସାଇଟିରେ ଆଜି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାପରେ ଆକ୍ରାନ୍ତ ଜଣଙ୍କ ଯେଉଁଠାରେ ରହୁଥିଲେ ସେଠାରେ ଲକ୍ ଡାଉନ୍ ବା ଯିବା ଆସିବା ଉପରେ କଟକଣା ଲଗାଇଛି ପ୍ରଶାସନ। ଦୁଇ ଦିନ ପାଇଁ ପ୍ରଶାସନ ଏହି କଟକଣା ଲଗାଇଛି। ସାରା ଦେଶରେ ଏବେ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଯାବତ ୨୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଉତ୍ତର ପ୍ରଦେଶରୁ କେବଳ ୨୪ ଜଣ ଚିହ୍ନଟ ହୋଇଛନ୍ତି।

ମାର୍ଚ୍ଚ ୨୧ ଦିନ ୧୨ଟା ସୁଦ୍ଧା ସରକାରଙ୍କ ଦ୍ୱାରା ଜାରି ହୋଇଥିବା କରୋନା ଆକ୍ରାନ୍ତଙ୍କ ରିପୋର୍ଟ ଅନୁଯାୟୀ ମହାରାଷ୍ଟ୍ରରେ ୬୨, କେରଳରେ ୪୦, ଉତ୍ତର ପ୍ରଦେଶରେ ୨୪, ରାଜସ୍ଥାନରେ ୨୩, ତେଲେଙ୍ଗାନାରେ ୧୯, ହରିଆଣାରେ ୧୮, ଦିଲ୍ଲୀରେ ୧୭, କର୍ଣ୍ଣାଟକରେ ୧୫, ଲଦାଖରେ ୧୦, ଗୁଜରାଟରେ ୯, ପଞ୍ଜାବରେ ୬, ଚଣ୍ଡିଗଡରେ ୫, ଜମ୍ମୁ କଶ୍ମୀରରେ ୪, ପଶ୍ଚିମବଙ୍ଗରେ ୪, ମଧ୍ୟପ୍ରଦେଶରେ ୪, ତାମିଲନାଡୁରେ ୩, ଆନ୍ଧ୍ରପ୍ରଦେଶରେ ୩, ଉତ୍ତରାଖଣ୍ଡ ୩, ଓଡ଼ିଶା ୨, ହିମାଚଳ ପ୍ରଦେଶରେ ୨, ପୁଡୁଚେରୀ ଓ ଚଣ୍ଡିଗଡରେ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି।

ଏଥିମଧ୍ୟରୁ ୨୩୭ ଜଣ ଭାରତୀୟ ହୋଇଥିବା ବେଳେ ୩୮ ଜଣ ବିଦେଶୀ ନାଗରିକ ବୋଲି ଜଣାପଡ଼ିଛି। ୪ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ୨୩ରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି।



from Odisha Reporter https://ift.tt/2xcEFh5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages