କରୋନା ସଚେତନତା ବାର୍ତ୍ତା ଦେଲେ ନିତ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 20, 2020

କରୋନା ସଚେତନତା ବାର୍ତ୍ତା ଦେଲେ ନିତ୍ୟା

ମୁମ୍ବାଇ: ଆଜିର ସମୟରେ କେବଳ କରୋନା ଭୂତାଣୁ ହିଁ ଖବରର ଶିରୋନାମାରେ ରହୁଛି। କରୋନାର ମୁକାବିଲା ପାଇଁ ସମସ୍ତଙ୍କୁ ସତର୍କ ଓ ସଚେତନ କରାଯାଉଛି। ଏଭଳି ସ୍ଥଳେ ପ୍ରଭାବଶାଳୀ ତଥା ଲୋକପ୍ରିୟ ବ୍ୟକ୍ତିତ୍ୱମାନେ ନିଜ ନିଜ ସ୍ତରରେ ଲୋକଙ୍କୁ କରୋନା ସଂକ୍ରମଣର ଗମ୍ଭୀରତା ସମ୍ବନ୍ଧରେ ବୁଝାଇବାକୁ ଚେଷ୍ଟା କରୁଛନ୍ତି। ବି-ଟାଉନ ଓ ଟିଭି ଦୁନିଆର ତାରକାମାନେ ଆଉ ପାଦେ ଆଗକୁ ଆସି ସୋଶାଲ୍‌ ମିଡିଆରେ ନିଜର ଫ୍ୟାନମାନଙ୍କୁ ସଚେତନତାର ବାର୍ତ୍ତା ଦେଉଛନ୍ତି। ଏହି କ୍ରମରେ ସମସ୍ତଙ୍କ ପ୍ରିୟ ଶିଶୁ କଳାକାର ନିତ୍ୟା ମୋୟଲ ମଧ୍ୟ ଲୋକଙ୍କୁ ସଚେତନ ଓ ସତର୍କ ରହିବାକୁ ଅପିଲ୍ କରିଛନ୍ତି।

View this post on Instagram

#gocorona #staysafe #nityamoyal

A post shared by NITYA MOYAL (@nityamoyal) on

ନିତ୍ୟା ମୋୟଲଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ତାଙ୍କର ଏକ ଭିଡିଓ ଶେୟାର କରାଯାଇଛି। ଭିଡିଓଟିରେ ନିତ୍ୟା ‘ଗୋ କରୋନା..ଗୋ..’ ଟ୍ୟୁନରେ ନାଚୁଥିବା ଦେଖିବାକୁ ମିଳିଛି। ସେ ବହୁତ କ୍ୟୁଟ୍ ଅନ୍ଦାଜରେ କରୋନା ନେଇ ସଚେତନ ହେବାକୁ ଲୋକଙ୍କୁ ବୁଝାଇଛନ୍ତି। ନାଚି ସାରିବା ପରେ ଲୋକଙ୍କୁ ଅନୁରୋଧ କରି ସେ କହିଛନ୍ତି, କରୋନା ସହ ମୁକାବିଲା କରିବାକୁ ହେଲେ ନିଜ ହାତ ନିୟମିତ ଭାବେ ସଫା କରନ୍ତୁ, ସାନିଟାଇଜର ବ୍ୟବହାର କରନ୍ତୁ ଏବଂ ମାସ୍କ ପିନ୍ଧନ୍ତୁ। ଏହାସହ ଆସନ୍ତା କାଲି ଅର୍ଥାତ ରବିବାର ଜନତା କର୍ଫ୍ୟୁ ପାଇଁ ମଧ୍ୟ ନିତ୍ୟା ଲୋକଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି, ଏଇ ରବିବାର ବାହାରକୁ ଯାଆନ୍ତୁ ନାହିଁ। ଘରେ ହିଁ ରୁହନ୍ତୁ।

View this post on Instagram

#daughterlove #nityamoyal #colgategirl

A post shared by NITYA MOYAL (@nityamoyal) on

ନିତ୍ୟାଙ୍କ ଏହି ଭିଡିଓର କ୍ୟାପଶନ ରହିଛି ‘ଗୋ କରୋନା, ଷ୍ଟେ ସେଫ୍, ନିତ୍ୟା ମୋୟଲ’। ଏହାକୁ ଲୋକେ ପସନ୍ଦ ମଧ୍ୟ କରୁଛନ୍ତି। ପିଲାଳିଆ ଅନ୍ଦାଜ କିନ୍ତୁ ଗମ୍ଭୀର କଥାଟି ଏହି ଭିଡିଓ ମାଧ୍ୟମରେ ନିତ୍ୟା ବୁଝାଇବାକୁ ଚାହିଁଛନ୍ତି। ପ୍ରକାଶଯୋଗ୍ୟ, ଦେଶରେ ଲଗାତର କରୋନା ସଂକ୍ରମଣ ବଢ଼ୁଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ମୁକାବିଲା କରିବାକୁ ରବିବାର ଜନତା କର୍ଫ୍ୟୁର ଆହ୍ୱାନ ଦେଇଛନ୍ତି। ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଘରେ ରହିବାକୁ ପ୍ରଧାନମନ୍ତ୍ରୀ ଦେଶର ସମସ୍ତ ଲୋକଙ୍କୁ ଅପିଲ୍‌ କରିଛନ୍ତି।



from Odisha Reporter https://ift.tt/2J6yfTj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages