ଜେରୁଜେଲମ୍: ଚାଇନିଜ୍ ଭଳି ଦିଶୁଥିବାରୁ ଜଣେ ଭାରତୀୟଙ୍କୁ ଇସ୍ରାଏଲରେ ହଟହଟା ହେବାକୁ ପଡ଼ିଛି। ଦୁଇ ଜଣ ଲୋକ ଏହି ଭାରତୀୟଙ୍କୁ ‘ଚାଇନିଜ୍’ କହିବା ସହ ‘କରୋନା’ ‘କରୋନା’ ଚିଲାଇଥିଲେ। ଚାଇନାରୁ ହିଁ କରୋନା ବ୍ୟାପିଥିବାରୁ ଏହି ଦୁଇ ଜଣ ଜଣେ ଭାରତୀୟ ବ୍ୟକ୍ତିଙ୍କୁ ଚାଇନା ନାଗରିକ ଭାବି ନିର୍ଦ୍ଧୁମ ମାଡ଼ ମାରିଥିବା ଜଣାପଡ଼ିଛି।
ଏହି ଭାରତୀୟ ଜଣକ ମଣିପୁର ଓ ମିଜୋରାମରେ ବସବାସ କରୁଥିବା ବିନେଇ ମେନାସୀ ସମ୍ପ୍ରଦାୟର। ତାଙ୍କ ନାଁ ଆମ୍ ଶାଲେମ୍ ସିଙ୍ଗସନ୍। ତାଙ୍କ ସହ ଏପରି ଅଘଟଣ ପରେ ପୁଲିସ୍ ଏହି ଦୁଇ ବ୍ୟକ୍ତିଙ୍କୁ ଖୋଜାଖୋଜି ଆରମ୍ଭ କରିଛି। କୌଣସି ସାକ୍ଷୀ ଘଟଣାସ୍ଥଳରେ ଉପସ୍ଥିତ ନଥିବାରୁ ସିସିଟିଭିରୁ ପୁଲିସ୍ ତଦନ୍ତ କରୁଛି।
ସିଙ୍ଗସନ୍ କହିଛନ୍ତି ସେ ଦୃର୍ବୃତ୍ତମାନଙ୍କୁ ବହୁତ ଥର ବୁଝାଇବାକୁ ପ୍ରୟାସ କରିଥିଲେ ସେ ଚାଇନା ନାଗରିକ ନୁହନ୍ତି। ତାଙ୍କୁ କରୋନା ମଧ୍ୟ ହୋଇନାହିଁ ବୋଲି କହିଥିଲେ। ସୂଚନାଯୋଗ୍ୟ ଯେ, ୩ ବର୍ଷ ତଳେ ସିଙ୍ଗସନ୍ ପରିବାର ସହ ଇସ୍ରାଏଲ ଯାଇଥିଲେ।
from Odisha Reporter https://ift.tt/38XRPf7
No comments:
Post a Comment