କରୋନା ନେଲା ସ୍ପେନ୍ ରାଜକୁମାରୀଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 28, 2020

କରୋନା ନେଲା ସ୍ପେନ୍ ରାଜକୁମାରୀଙ୍କ ଜୀବନ

ମାଦ୍ରିଦ: ମହାମାରୀ କରୋନାରେ ସ୍ପେନର ରାଜକୁମାରୀ ମାରିଆ ତେରେଶା (୮୬)ଙ୍କର ମୃତ୍ୟୁ ଘଟିଛି। ତାଙ୍କ ଭାଇ ତଥା ରାଜକୁମାର ସିକ୍ସଟୋ ଏନରିକେ ଡି ବାରବୋନ ନିଜ ଫେସବୁକ ପୋଷ୍ଟରେ ଏହି ସୂଚନା ଦେଇଛନ୍ତି। ରାଜକୁମାରୀଙ୍କର ମାର୍ଚ୍ଚ ୨୬ରେ ମୃତ୍ୟୁ ହୋଇଥିବା ସେ କହିଛନ୍ତି। ନୋବେଲେ କରୋନା ଭାଇରସରେ ରାଜକୁମାରୀ ସଂକ୍ରମିତ ହେବା ପରେ ତାଙ୍କର ଚିକିତ୍ସା ଚାଲିଥିଲା। ସମଗ୍ର ବିଶ୍ୱରେ କୌଣସି ରାଜକୀୟ ପରିବାରରୁ ଏହା ହେଉଛି ପ୍ରଥମ ମୃତ୍ୟୁ।

ସ୍ସେନରେ ଏଯାବତ ୭୩,୨୩୫ ଜଣ ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୫,୯୮୨ ଛୁଇଁଛି। ୧୨, ୨୮୫ ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଫେରିଛନ୍ତି। ୪,୧୬୫ ଜଣ ଗୁରୁତର ରହିଛନ୍ତି।

ସାରା ବିଶ୍ୱରେ କରୋନାରେ ଅନେକ ଲୋକଙ୍କର ମୃତ୍ୟୁ ହେଉଛି। ଚାଇନାରୁ ସଂକ୍ରମିତ ହୋଇଥିବା ଏହି ଭାଇରସ ଏବେ ୧୯୯ଟି ଦେଶକୁ ସଂକ୍ରମିତ ହୋଇଛି। ବିଶ୍ୱରେ ୩୦, ୮୮୨ ଜଣଙ୍କର କରୋନାରେ ମୃତ୍ୟୁ ଘଟିଥିବା ବେଳେ ୬୬୪,୦୭୧ ଜଣ ଆକ୍ରାନ୍ତ ହୋଇଛନ୍ତି।



from Odisha Reporter https://ift.tt/2WXVBma

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages