ମୁମ୍ବାଇ: ସାରା ବିଶ୍ୱ ଭଳି ଭାରତ ମଧ୍ୟ କରୋନା ସହିତ ଲଢ଼ୁଛି। ଏଥିପାଇଁ ଦେଶରେ ୨୧ ଦିନିଆ ଲକ୍ଡାଉନ୍ ବି ଘୋଷଣା କରାଯାଇଛି। ତେବେ ଏଭଳି ଏକ ଜରୁରୀକାଳିନ ସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ବର୍ଗର ଲୋକେ ସରକାରଙ୍କୁ ସହାୟତାର ହାତ ବଢ଼ାଉଛନ୍ତି। ଆବଶ୍ୟକତାକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱତନ୍ତ୍ର ‘ପିଏମ୍ କେୟାର୍ସ’ ଫଣ୍ଡ ମଧ୍ୟ ଗଠନ କରିଛନ୍ତି ଓ ସେ ନିଜେ ଏହାର ଅଧ୍ୟକ୍ଷ ରହିଛନ୍ତି। ଆଗ୍ରହୀ ବ୍ୟକ୍ତି ତଥା ସଂସ୍ଥାମାନେ ଏଥିରେ କରୋନା ମୁକାବିଲା ପାଇଁ ଅର୍ଥଦାନ କରିପାରିବେ। ଏହି ଫଣ୍ଡ ଗଠନ ହେବା ପରେ ପରେ ପ୍ରଥମ ଦିନରେ ଅକ୍ଷୟ କୁମାର ୨୫ କୋଟି ଟଙ୍କା ଦାନ କରିଛନ୍ତି। ସେହିଭଳି ଅଭିନେତା ବରୁଣ ଧୱନ୍ ମଧ୍ୟ ସାହାଯ୍ୟର ହାତ ବଢ଼ାଇଛନ୍ତି। ସେ ‘ପିଏମ୍ କେୟାରସ୍’ ଫଣ୍ଡକୁ ୩୦ ଲକ୍ଷ ଟଙ୍କା ଦାନ କରିଥିବା ବେଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ୨୫ ଲକ୍ଷ ଟଙ୍କା ଦେଇଛନ୍ତି।
I pledge to contribute 30 lakhs to the PM CARE fund. We will over come this. Desh hai toh hum hain. https://t.co/E87IU22NaF
— Varun Dhawan (@Varun_dvn) March 28, 2020
ବରୁଣ ଏ ସଂପର୍କରେ ଦୁଇଟି ଭିନ୍ନ ଭିନ୍ନ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଏହା ସହିତ ସେ ଲେଖିଛନ୍ତି, ଆମେ ନିଶ୍ଚିତ ଭାବେ ଏହି ସମସ୍ୟାକୁ ଦୂର କରିପାରିବେ। ଦେଶ ଅଛି ତ ଆମେ ଅଛନ୍ତି।’
I pledge to contribute 25 lakhs to the Maharashtra CM’s relief fund @OfficeofUT @AUThackeray @CMOMaharashtra. We are with you sir
— Varun Dhawan (@Varun_dvn) March 28, 2020
ସୂଚନାଯୋଗ୍ୟ, ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପି ସାରିଲାଣି। ସେହିପରି ଏଥିରେ ୨୫ ଜଣଙ୍କର ଜୀବନ ଯାଇସାରିଲାଣି।
from Odisha Reporter https://ift.tt/2JmjEDp
No comments:
Post a Comment