ଋଷି କହିଲେ- ସାଲା ଇସ୍‌କୋ ଭୀ ଦେଖ୍ ଲେଙ୍ଗେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 24, 2020

ଋଷି କହିଲେ- ସାଲା ଇସ୍‌କୋ ଭୀ ଦେଖ୍ ଲେଙ୍ଗେ

ନୂଆଦିଲ୍ଲୀ: କରୋନା ମୁକାବିଲା ଉଦ୍ଦେଶ୍ୟରେ ପୂରା ଦେଶକୁ ଏପ୍ରିଲ୍ ୧୪ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ କରି ଦିଆଯାଇଛି। ଗତକାଲି ସନ୍ଧ୍ୟା ୮ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବା ଅବସରରେ ସରକାରଙ୍କ ଏହି ନିଷ୍ପତ୍ତି ସଂପର୍କରେ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କ ସରକାରଙ୍କ ଏହି ନିଷ୍ପତ୍ତିକୁ ବିଭିନ୍ନ ବର୍ଗରେ ସ୍ୱାଗତ କରାଯାଉଛି। ବଲିଉଡ୍‌ ମଧ୍ୟ ଏଥିରେ ସାମିଲ ହୋଇଛି। ଏନେଇ ଅନେକ ବଲିଉଡ୍ କଳାକାର ସୋଶାଲ୍ ମିଡିଆରେ ପ୍ରତିକ୍ରିୟା ରଖିଛନ୍ତି।

ଭେଟେରାନ୍ ଆକ୍ଟର ଋଷି କପୁର ଟ୍ୱିଟ୍ କରି କହିଛନ୍ତି- ସମସ୍ତଙ୍କ ପାଇଁ ଗୋଟିଏ କଥା। ଆସନ୍ତୁ ଆମେ ଏବେ ଯାହା କରିବା କଥା ତାହା କରିବା। ଆମ ପାଖରେ ବିକଳ୍ପ ନାହିଁ। ଆମ ସମସ୍ତେ ପରସ୍ପରକୁ ବ୍ୟସ୍ତ ରଖିବା ଓ ମନୋରଞ୍ଜନ କରାଇବା। ବ୍ୟସ୍ତ ହେବାର ନାହିଁ। ଆତଙ୍କିତ ହେବାର ନାହିଁ। ଶଳା ଏହାକୁ ବି ଦେଖିନେବା। ପ୍ରଧାନମନ୍ତ୍ରୀଜୀ ବ୍ୟସ୍ତ ହୁଅନ୍ତୁ ନାହିଁ, ଆମେ ଆପଣଙ୍କ ସହିତ ଅଛୁ !


ସେହିପରି ଅଭିନେତ୍ରୀ ସୋନାକ୍ଷୀ ମହାପାତ୍ର ଟ୍ୱିଟ୍ କରି କହିଛନ୍ତି ଯେ ଭୁଲ୍‌ରେ ବି ଘରୁ ବାହାରକୁ ଦେଖନ୍ତୁ ନାହିଁ। ସେହିପରି ଗତକାଲି ପ୍ରଧାନମନ୍ତ୍ରୀ ଦେଶ ଉଦ୍ଦେଶ୍ୟରେ ଯେଉଁ ଅଭିଭାଷଣ ରଖିଥିଲେ ତାହା ଗାୟିକା ସୋନା ମହାପାତ୍ରଙ୍କ ମନକୁ ପାଇଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶ ଏଭଳି ଏକ କଷ୍ଟକର ସମୟକୁ ଠିକ୍ ଢଙ୍ଗରେ ପରିଚାଳନା କରିପାରିବ ବୋଲି ସେ ଆଶା ରଖିଛନ୍ତି। ଏହା ସହିତ ସେ ସମସ୍ତଙ୍କୁ ଘରେ ରହିବାକୁ ଅନୁରୋଧ କରିଛନ୍ତି।



from Odisha Reporter https://ift.tt/2UxC49G

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages