ମାସକର ଦରମା ସହ ଲକ୍ଷେ ଟଙ୍କା ଦେଲେ ଆନ୍ଧ୍ର ରାଜ୍ୟପାଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 30, 2020

ମାସକର ଦରମା ସହ ଲକ୍ଷେ ଟଙ୍କା ଦେଲେ ଆନ୍ଧ୍ର ରାଜ୍ୟପାଳ

ଭୁବନେଶ୍ୱର (ଓଡିଶା ରିପୋର୍ଟର): ସମଗ୍ର ବିଶ୍ୱରେ କରୋନା କାୟା ବିସ୍ତାର କରୁଥିବା ବେଳେ ଏହାର ମୁକାବିଲା ପାଇଁ  ବିଭିନ୍ନ ମହଲରୁ ସାହାଯ୍ୟର ସୁଅ ଛୁଟୁଛି। ଏପରି ସ୍ଥିତିରେ କରୋନାର ମୁକାବିଲା କରିବା ପାଇଁ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନ ପି.ଏମ. କେୟାରସ ଫଣ୍ଡକୁ ଏକ ମାସର ଦରମା ପ୍ରଦାନ କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଏକ ଲକ୍ଷ ଟଙ୍କା ଦାନ କରିଛନ୍ତି।  

ଏହାସହ ଏହି ବେମାରୀକୁ ରୋକିବା ପାଇଁ ସମସ୍ତେ ଲକ୍‌ଡାଉନ୍‌କୁ  କଡ଼ାକଡ଼ି ପାଳନ କରିବା ସହ ଗାଇଡ଼୍‌ଲାଇନକୁ ମାନିବାକୁ ଆନ୍ଧ୍ର ରାଜ୍ୟପାଳ ସମସ୍ତଙ୍କୁ ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ,  ଆମ ଓଡ଼ିଶାରେ  ତିନି ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।

 



from Odisha Reporter https://ift.tt/33WiJDe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages