ନୂଆଦିଲ୍ଲୀ: ଶନିବାର ସୁଦ୍ଧା କିଲର କରୋନା ଭାଇରସ ଇଟାଲୀରେ ୨୩୩ ଜଣଙ୍କର ଜୀବନ ନେଇଛି। ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଧରେ ଧିରେ ବଢ଼ିବାରେ ଲାଗିଛି। ପ୍ରଥମେ ଏହି କିଲର ଭାଇରସ ଦ୍ୱାରା ପ୍ରତିଦିନ ୧,୨୪୭ ଜଣ ଚିହ୍ନଟ ହେଉଥିଲେ। ଏବେ ଏହି ସଂଖ୍ୟା ୫,୮୮୩କୁ ବୃଦ୍ଧି ପାଇଛି।
ଇଟାଲୀ ସରକାର ଏବେ ବିଦେଶୀ ନାଗରିକଙ୍କ ଗତିବିଧି ଉପରେ ନଜର ରଖିଛନ୍ତି। ଏପ୍ରିଲ୍ ୩ ସୁଦ୍ଧା ବିଦେଶୀ ନାଗରିକଙ୍କ ଗତିବିଧି ଉପରେ କଡା ପ୍ରତିବନ୍ଧକ ଲଗାଯିବ। ଇଟାଲୀର ଆର୍ଥିକ ରାଜଧାନୀ ହେଉଛି ମିଲାନ୍। ଏହାର ଜନସଂଖ୍ୟା ୧.୪ ମିଲିୟନରୁ କମ୍ ରହିଛି। ହେଲେ ଇଟାଲୀ ଗସ୍ତରେ ଆସୁଥିବା ଅଧିକାଂଶ ପର୍ଯ୍ୟଟକ ଓ ବ୍ୟବସାୟିକ ବ୍ୟକ୍ତି ଏହି ମିଲାନକୁ ଆସନ୍ତି। ତେଣୁ ଇଟାଲୀ ସରକାର ସମସ୍ତ ବିଦେଶୀଙ୍କ ଉପରେ ନଜର ରଖିଛନ୍ତି।
ଚୀନର ଉହାନରୁ ଏହି କରୋନା ବ୍ୟାପିଛି ବୋଲି ଜଣାପଡ଼ିଛି। ଏହି କିଲର ଭାଇରସ ପାଇଁ ଚୀନରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଦ୍ୱିତୀୟରେ ଦକ୍ଷିଣ କୋରିଆ ଏବଂ ତୃତୀୟରେ ଇଟାଲୀ ରହିଛି ବୋଲି ଜଣାପଡ଼ିଛି।
from Odisha Reporter https://ift.tt/2vP2B9R
No comments:
Post a Comment