ଆମେରିକାରେ କରୋନା ମୃତ୍ୟୁ ସଂଖ୍ୟା ଅତିକ୍ରମ କଲା ୭୫୦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 24, 2020

ଆମେରିକାରେ କରୋନା ମୃତ୍ୟୁ ସଂଖ୍ୟା ଅତିକ୍ରମ କଲା ୭୫୦

ଓ୍ୱାଶିଂଟନ: ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକାରେ ବି କରୋନା ଦୌରାତ୍ମ ଦେଖାଉଛି। ଏଯାବତ ଆମେରିକାରେ ୭୮୨ ଜଣଙ୍କର ଜୀବନ ନେଇଛି କରୋନା। ୫୪, ୮୬୭ ଜଣ ଏହି ଘାତକ ମହାମାରୀରେ ଆକ୍ରାନ୍ତ ହୋଇଥିବା ବେଳେ ୩୭୮ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ୫୩,୭୦୭ ଜଣ ଚିକିତ୍ସିତ ହେଉଥିବା ବେଳେ ୧,୧୭୫ ଜଣ ଗୁରୁତର ରହିଛନ୍ତି।

ଅନ୍ୟପଟେ କରୋନା ପାଇଁ ଆମେରିକାରେ ଲକ୍‌ଡାଉନ୍ ବ୍ୟବସ୍ଥାରେ କୋହଳ କରାଯାଇଛି। ଯଦି ସାରା ଦେଶ ଲକ୍‌ଡାଉନ୍ ରହିବ ତା’ହେଲେ ଆମେରିକା ନିଜର ସ୍ଥିତି ହରାଇବ ବୋଲି ମଙ୍ଗଳବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ଦେଶ ବନ୍ଦ ହେଲେ ବରବାଦ ହୋଇଯିବ। ତେଣୁ କୋହଳ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି।

ଦେଶର ଅର୍ଥବ୍ୟବସ୍ଥାକୁ ସୁଧାରିବା ପାଇଁ ସାମାଜିକ ଦୂରତ୍ୱ ଏବଂ ପୃଥକୀକରଣ ରହିବା ପ୍ରକ୍ରିୟା ଉପରେ ସେ ସମୀକ୍ଷା କରିବେ। ଆଗାମୀ ସପ୍ତାହରେ ଏ ଏବାବଦରେ ସରକାରଙ୍କ ନିଷ୍ପତ୍ତି ଜଣାଇବେ ବୋଲି ଟ୍ରମ୍ପ କହିଛନ୍ତି।

ସେ ଆହୁରି କହିଛନ୍ତି, ‘ଆମେ ବୋଇଙ୍ଗକୁ ହରାଇ ପାରିବୁ ନାହିଁ, ଆମେ ଏହି କମ୍ପାନୀଗୁଡିକୁ ହରାଇ ପାରିବୁ ନାହିଁ। ଯଦି ଆମେ ଏହି କମ୍ପାନୀଗୁଡିକୁ ହରାଉଛୁ ତାହେଲେ ଆମେ ହଜାର ହଜାର, ଲକ୍ଷ ଲକ୍ଷ ଚାକିରୀଆଙ୍କୁ ବିପଦରେ ପକାଉଛୁ’।



from Odisha Reporter https://ift.tt/3atN6mM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages